ଭାରତ ଆଗରେ ମୁଣ୍ଡ ନୁଆଁଇଲେ ପାକ୍ ପ୍ରଧାନମନ୍ତ୍ରୀ, ପହଲଗାମ ପ୍ରସଙ୍ଗ ଉପରେ ଭାରତ ସହ କରିବେ ଆଲୋଚନା !
ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ। ଭାଙ୍ଗିଗଲା ପାକିସ୍ତାନର ସବୁ ଗର୍ବ ଆଉ ଦମ୍ଭ। ହଁ ଭାଙ୍ଗିବନି ବା କେମିତି। ଆଉ କେତେଦିନ ବା ପାଣି ପାଇଁ ଡ଼ହଳବିକଳ ହେବ। ଭାରତର କଡ଼ା ଆଭିମୁଖ୍ୟ ଆଗରେ ଭାଙ୍ଗିଗଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ଗର୍ବ।
ହଁ ଏବେ ଭାରତ ସହ ଆଲୋଚନା କରିବାକୁ ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଇରାନ୍ ଗସ୍ତରେ ଥିବା ସେହବାଜ ସରିଫ ସେଠାରେ କହିଛନ୍ତି, ଭାରତ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।
ଅର୍ଥାତ୍ ପହଲଗାମ ଆତଙ୍କୀ ହମଲା ପରେ ଆରମ୍ଭ ହୋଇଥିଲା 'ଅପରେସନ ସିନ୍ଦୂର'। ଯଦିଓ ଏହି ତିକ୍ତତା ବଡ଼ ଯୁଦ୍ଧର ରୂପ ନେବା ପୂର୍ବରୁ ଅସ୍ତ୍ରବିରତି ଘୋଷଣା କରିଯାଇଥିଲା, ହେଲେ ଭାରତ ନିଜ ଆଭିମୁଖ୍ୟରେ ଅଟଳ ଥିଲା।

ଯଦିଓ ଅସ୍ତ୍ରବିରତି ହୋଇଛି, ହେଲେ ପାକିସ୍ତାନ ଉପରୁ କୌଣସି ବ୍ୟାନ ହଟାଇନି ଭାରତ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାକିସ୍ତାନକୁ ପାଣି ଦେଉନି ଭାରତ। ତେଣୁ ପାଣି ନ ପାଇ ଡହଳ ବିକଳ ହେଉଛି ପାକିସ୍ତାନ।
ସେଥିପାଇଁ ଭାରତ ସହ ସିନ୍ଧୁ ଜଳ ଚୁକ୍ତି ନେଇ କଥାବାର୍ତ୍ତା କରିବାକୁ ଚାହୁଛି ପାକିସ୍ତାନ। କେବଳ ସେତିକି ନୁହେଁ ଭାରତର ସବୁପ୍ରକାର ପ୍ରସଙ୍ଗ ଉପରେ ଆଲୋଚନା
କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସେହବାଜ।
ଏବେ ଭାରତ ଦେଖାଦେଖି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ସେହବାଜ ସରିଫ। ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତରେ ଅଛନ୍ତି ସେହବାଜ। ଆଉ ଇରାନ୍ ଗସ୍ତରେ ଥିବା ସମୟରେ ଭାରତ ସହ ଆଲୋଚନା କରିବାକୁ ସାମ୍ୱାଦିକ ସମ୍ମିଳନି କରି କହିଛନ୍ତି ସେହବାଜ। ଏହାସହ କାଶ୍ମୀର ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ।












Click it and Unblock the Notifications