ରାଜଧାନୀର ସୁରକ୍ଷାକୁ ସେନାକୁ ହସ୍ତାନ୍ତର କଲା ପାକିସ୍ତାନ, କାରଣ...
ପାକିସ୍ତାନର ରାଜଧାନୀ ଇସଲାମାବାଦଠାରେ ବିକ୍ଷୋଭ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ରାଜଧାନୀର ସୁରକ୍ଷାକୁ ସେନାକୁ ହସ୍ତାନ୍ତର କରିବାକୁ ନିଷ୍ପରି ନେଇଛନ୍ତି । ଇସଲାମାବାଦ ଏବଂ ଏହାର ଟ୍ରିନ୍ସିଟି ରାଓଲପିଣ୍ଡିରେ ଗତକାଲି ପାକିସ୍ତାନ ତେହେରିକ୍ ଏ ଇନ୍ସାଫ୍-ପିଟିଆଇର ସମର୍ଥକ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେଠାରେ ଏକସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆଶଙ୍କା କରାଯାଇଛି ।

ସୂଚନାଯୋଗ୍ୟ ଆସନ୍ତା୧୫ ଏବଂ ୧୬ ତାରିଖରେ ଇସଲାମାବାଦରେ ସାଂଘାଇ ସହଯୋଗ ସଂଗଠନ-ଏସ୍ସିଓ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ବୈଦେଶିକମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର ଇସଲାମାବାଦ ଗସ୍ତ କରିବେ । ଦିଲ୍ଲୀରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍କାଲ ଏହି ସୂଚନା ଦେଇଛନ୍ତି ।












Click it and Unblock the Notifications