କଙ୍ଗୋରେ ଡଙ୍ଗା ବୁଡ଼ିଯିବା ପରେ ୧୦୭ ଜଣଙ୍କର ମୃତ୍ୟୁ, ୧୪୬ ଯାତ୍ରୀ ନିଖୋଜ
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ପରେ 107 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ବସନକୁସୁ ଅଞ୍ଚଳରେ ଘଟିଛି । ଅନ୍ୟ ୧୪୬ ଜଣଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚାଲିଛି । ନର୍ଥୱେଷ୍ଟର୍ଣ୍ଣ ଇକ୍ୟୁଏଟର ପ୍ରୋଭିନସରେ ଏହି ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି । ମାଲେଞ୍ଜି ଗାଁ ନିକଟ କଙ୍ଗୋ ନଦୀରେ ଡଙ୍ଗାରେ ୫ଶହରୁ ଅଧିକ ଯାତ୍ରୀ ଯାଉଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ବୋଟରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ୨୦୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସେହିପରି ବସନକୁସୁ ସୀମାରେ ବୋଟ ଦୁର୍ଘଟଣାରେ ୮୬ ଜଣଙ୍କ ମୃତ୍ୟୁ ହୋଇଛି ।

ଉତ୍ତର-ପଶ୍ଚିମ କଙ୍ଗୋର ଇକ୍ୱାଟରରେ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ବହୁ ସଂଖ୍ୟକ ଛାତ୍ର ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ, ଏକ ମୋଟରଚାଳିତ ଡଙ୍ଗା ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାଟି ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଏବଂ ସାମଗ୍ରୀ ନେଇଯାଉଥିଲା । ଯେଉଁଥିପାଇଁ ଏହି ଅଘଟଣ ଘଟିଥିଲା । ଅଧିକାରୀମାନେ କହିଛନ୍ତି ଯେ ଡଙ୍ଗାଟି ରାତିରେ ଯାତ୍ରା କରୁଥିଲା ଏବଂ ଏହି ସମୟରେ ଏହା ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡ଼ିଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications