ସମୁଦ୍ରରେ ବୁଡ଼ିଗଲା ଡ଼ଙ୍ଗା ,୪୦ ପାକିସ୍ତାନୀଙ୍କ ମୃତ୍ୟୁ
ଉତ୍ତର ଆଫ୍ରିକୀୟ ଦେଶ ମରକ୍କୋରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ପେନ ଯାଉଥିବା ଡଙ୍ଗା ମରକ୍କୋ ନିକଟରେ ସମୁଦ୍ରରେ ବୁଡି ଯାଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ପାକିସ୍ତାନୀ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ବୁଡିଥିବା ଅନୁମାନ କରାଯାଉଛି । ପାକିସ୍ତାନ ଅଧିକାରୀମାନେ ଗତ ଗୁରୁବାର ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।
ଖବର ମୁତାବକ, ଡଙ୍ଗାରେ ବସିଥିବା ଲୋକମାନେ ସ୍ପେନ୍ ଯିବାକୁ ଚେଷ୍ଟା କରୁଥିଲେ । ଏହି ଡଙ୍ଗାରେ ୮୦ରୁ ଅଧିକ ପ୍ରବାସୀ ବସିଥିଲେ । ଏହି ଡଙ୍ଗାଟି ମରକ୍କୋ ନିକଟରେ ପହଞ୍ଚିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଅତି କମରେ ୫୦ ଜଣଙ୍କର ବୁଡ଼ି ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରୁ ୪୦ ରୁ ଅଧିକ ପାକିସ୍ତାନୀ ନାଗରିକ ବୋଲି କୁହାଯାଉଛି ।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି କି, ଦୂତାବାସ ସ୍ଥାନୀୟ ଅଧିକାରୀଙ୍କ ସଂପର୍କରେ ରହିଛି । ଡଙ୍ଗାଟି ମୌରିଟାନିଆରୁ ୮୦ ଯାତ୍ରୀଙ୍କୁ ନେଇ ସ୍ପେନ ଯାଉଥିଲା । ଏଥିରେ ଅନେକ ପାକିସ୍ତାନୀ ନାଗରିକ ସାମିଲ ଥିଲେ । ମରକ୍କୋ ନିକଟରେ ଡଙ୍ଗାଟି ଓଲଟି ପଡିଥିଲା । 'ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ମରକ୍କୋରେ ଥିବା ସେମାନଙ୍କର ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି।' ଏହା ସହିତ, ପାକିସ୍ତାନୀ ନାଗରିକମାନଙ୍କୁ ସାହାଯ୍ୟ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ମରକ୍କୋରେ ଥିବା ପାକିସ୍ତାନୀ ଦୂତାବାସର ଏକ ଦଳ ପଠାଯାଇଛି।












Click it and Unblock the Notifications