ଆଫଗାନିସ୍ତାନର ପ୍ରଳୟଙ୍କାରୀ ବନ୍ୟା, ୩୦୦ ରୁ ଅଧିକ ମୃତ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୦୦ ଅତିକ୍ରମ କରିଛି ବୋଲି ଜାତିସଂଘ କହିଛି । ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା ଅନେକ ବନ୍ୟା ମଧ୍ୟରୁ ବଞ୍ଚିଥିବା ଲୋକଙ୍କୁ ବିଶ୍ୱ ଫୁଡ୍ ଏଜେନ୍ସି ପକ୍ଷରୁ ବିସ୍କୁଟ ବଣ୍ଟନ କରାଯାଇଛି । ମୁଖ୍ୟତ ଉତ୍ତର ବାଗଲାନ ପ୍ରଦେଶରେ ଶୁକ୍ରବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସେହିପରି ପଡୋଶୀ ତାଖର ପ୍ରଦେଶରେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବନ୍ୟାରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେବଳ ବାଗଲାନି ଜାଦିଦ ଜିଲ୍ଲାରେ ୧୫୦୦ ଘର ଭାଙ୍ଗି ଯାଇଥିଲା କିମ୍ବା ନଷ୍ଟ ହୋଇଯାଇଥିଲା ଏବଂ ୧୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ" ବୋଲି ଆଇଓଏମ୍ ଜରୁରୀକାଳୀନ ବିଭାଗର ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାକରଣର ଦର୍ଶାଇ କହିଛି । ସେପଟେ ୬୨ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କହିଛି ତାଲିବାନ ।
ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଶନିବାର ଦିନ ଢ ରେ ବିବୃତ୍ତିରେ କହିଛନ୍ତି ଯେ ଆମର ଶହ ଶହ ନାଗରିକ ଏହି ଭୟଙ୍କର ବନ୍ୟାରେ ପ୍ରାଣ ହରାଇଛନ୍ତି । ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଫ୍ଲାସ୍ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ଉତ୍ତର ତାଖର ପ୍ରଦେଶରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ।












Click it and Unblock the Notifications