ପୁଣି କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ
ବଲିଉଡ ଅଭିନେତା ଏବଂ ସୁପରହିଟ୍ କମେଡିଆନ୍ କପିଲ ଶର୍ମାଙ୍କ କାଫେକୁ ଫାୟାରିଂ। ଦ୍ୱିତୀୟ ଥର କପିଲଙ୍କ କାନଡା କାଫେରେ ଫାୟାରିଂ ହୋଇଛି। କାଫେର ଝରକାରେ ୬ଟି ଗୁଳିର ଚିହ୍ନ ମିଳିଛି। କାନଡା କାଫେ ଉପରେ ପୁଣି ଥରେ ଗୁଳିଚାଳନା କରାଯାଇଛି। କିଛି ଦିନ ପୂର୍ବରୁ ଏଠାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଏବେ ଗୁରୁବାର ଦିନ ପୁଣି ଥରେ କାନଡାରେ କପିଲଙ୍କ କାଫେ ଉପରେ ଗୁଳିଚାଳନା କରାଯାଇଛି। ଏପର୍ଯ୍ୟନ୍ତ ଗୁଳିକାଣ୍ଡରେ କେହି ଆହତ ହେବାର କୌଣସି ଖବର ଆସିନାହିଁ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ କାରରେ ବସିଥିବା କିଛି ଲୋକ କାଫେ ଆଡ଼କୁ ଗୁଳି ଚଳାଇବା ଦେଖାଯାଉଛି। ଏହି ଭିଡିଓଟି ୯ ସେକେଣ୍ଡର, ଯେଉଁଥିରେ ୧୨ ରାଉଣ୍ଡରୁ ଅଧିକ ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ କାରରେ ବସିଥିବା କିଛି ଲୋକ କାଫେ ଆଡ଼କୁ ଗୁଳି ଚଳାଇବା ଦେଖାଯାଉଛି। ଏହି ଭିଡିଓଟି ୯ ସେକେଣ୍ଡର, ଯେଉଁଥିରେ ୧୨ ରାଉଣ୍ଡରୁ ଅଧିକ ଗୁଳି ଚାଳନା କରାଯାଇଥିଲା। ଗୋଲ୍ଡି ଢିଲୋନ୍ ନିଜକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି ।












Click it and Unblock the Notifications