Get Updates
Get notified of breaking news, exclusive insights, and must-see stories!

କ୍ଷମତାରୁ ହସିନା ହଟିବା ପରେ ବାଂଲାଦେଶରେ୨୦୦୦ରୁ ଅଧିକ ହମଲା, ୬୧ ହିନ୍ଦୁଙ୍କ ହତ୍ୟା

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମୁଦାୟ ବିରୋଧରେ ହିଂସାର ଘଟଣା ବଢିବାରେ ଲାଗିଛି । ଡିସେମ୍ବରରେ ୨୭ ବର୍ଷୀୟ ହିନ୍ଦୁ କପଡା କାରଖାନା ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କ ନୃଶଂସ ହତ୍ୟା ପୂରା ଦେଶକୁ ଦୋହଲାଇ ଦେଇଥିଲା । ତାଙ୍କ ୁ ହତ୍ୟା କରି ଗଛରେ ଟାଙ୍ଗି ଜାଳି ଦିଆଯାଇଥିଲା । ଏହି ନିର୍ମମ ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏଥିରେ ସମଗ୍ର ଦେଶରେ ହିନ୍ଦୁ ସମୁଦାୟ ମହଲରେ ଭୟରା ମାହୋଲ ଖେଳି ଯାଇଛି ।

ବାଂଲାଦେଶରେ ପ୍ରାୟ ୧୭ କୋଟି ଜନସଂଖ୍ୟା ମଧ୍ୟରୁ ହିନ୍ଦୁଙ୍କ ସଂଖ୍ୟା ୧.୩୧ କୋଟି । ଅର୍ଥାତ ୮ ପ୍ରତିଶତ ହିନ୍ଦୁ ଏବଂ ୯୧ ପ୍ରତିଶତ ମୁସଲିମ । ୨୦୨୪ ଅଗଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କ୍ଷମତାରୁ ତଡିପାର ହେବା ପରେ ବାଂଲାଦେଶରେ ଏ ପର୍ଯ୍ୟନ୍ତ ୨୦୦୦ରୁ ଅଧିକ ସାଂପ୍ରଦାୟିକ ଘଟଣା ଘଟିଛି । ଏଥିରେ ୬୧ ହିନ୍ଦୁଙ୍କ ହତ୍ୟା କରାଯାଇଛି । ବଳାତ୍କାର ଓ ଗଣବଳାତ୍କାର ସହିତ ମହିଳାଙ୍କ ବିରୋଧରେ ୨୮ ହିଂସକ ଅପରାଧ ଘଟିଛି । ପୂଜାସ୍ଥଳରେ ୯୫ ହମଲା ହୋଇଛି । ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀନ ସରକାର ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁୁହେଁ । ଅନ୍ତରୀଣ ସରକାର ସର୍ବଦା ସଂଖ୍ୟା କମ କରି ଦର୍ଶାଉଛନ୍ତି ।

ବାଂଲାଦେଶରେ ଫେବୃଆରୀ ୧୨ରେ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ହିଂସାରେ ବୃଦ୍ଧି ଦେଖିବାକୁ ମିଳିଛି । ଏଥର ଅବସ୍ଥା ଏଥିପାଇଁ ଅଧିକ ଶୋଚନୀୟ କାରଣ ଶେଖ ହସିନାଙ୍କ ଆବାମୀ ଲିଗ୍ ପାର୍ଟି ନିର୍ବାଚନରୁ ବାହାରେ ଅଛି । ସେ ବର୍ତ୍ତମାନ ଭାରତରେ ନିର୍ବାସନରେ ଅଛନ୍ତି । ହିନ୍ଦୁ ସମୁଦାୟଙ୍କୁ ଶେଖ ହସିନାଙ୍କ ସମର୍ଥକ ବୋଲି କୁହାଯାଏ । ତେଣୁ ଏବେ ଶେଖ ହସିନାଙ୍କ ପାର୍ଟି ଦେଶରେ ସକ୍ରିୟ ନ ଥିବାରୁ ହିନ୍ଦୁଙ୍କ ପ୍ରତି ବିପଦ ବଢିବାରେ ଲାଗିଛି ।

hindu

ବାଂଲାଦେଶ ବର୍ତ୍ତମାନ ମୌଳବାଦୀ ଏବଂ ଚରମପନ୍ଥୀ ମୁସଲିମ ସଂଗଠନ କବଜାରେ ରହିଛି । ମୁସଲିମ ସଂଗଠନ ବାଂଲାଦେଶରେ ହିନ୍ଦୁଙ୍କ କୌଣସି ସ୍ଥାନ ନାହିଁ ବୋଲି କହୁଛନ୍ତି । ସଂସଦରେ ହିନ୍ଦୁଙ୍କ କୌଣସି ସ୍ଥାନ ନ ଥିବା ଚରମପନ୍ଥୀ ମୁସଲିମ ନେତା କହୁଛନ୍ତି । ତେଣୁ ନିର୍ବାଚନ ପୂର୍ବରୁ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଘଟଣା ବଢିବାରେ ଲାଗିଛି । ପୁଣି ବାଂଲାଦେଶର ପାକିସ୍ତାନ ପ୍ରତି ଘନିଷ୍ଠତା ବଢିବାରେ ଲାଗିଛି । ମୋଟାମୋଟି ଏବେ ବାଂଲାଦେଶରେ ହିନ୍ଦୁଙ୍କ ଅସ୍ଥିତ୍ୱ ସଙ୍କଟରେ ପଡି ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+