ସୁଦାନରେ ଅର୍ଦ୍ଧସାମରିକ ବାହିନୀ ଆକ୍ରମଣରେ ୧୧୪ ମୃତ

ସୁଦାନର ଉତ୍ତର ଦାରଫୁର ଅଞ୍ଚଳର ରାଜଧାନୀ ଏଇଫାସରଠାରେ ଥିବା ୨ଟି ଥଇଥାନ ଶିବିର ଉପରେ ଅର୍ଦ୍ଧସାମରିକ ବାହିନୀ ତ୍ୱରିତ ସହାୟକ ଫୋର୍ସର ଆକ୍ରମଣ ଦ୍ୱାରା ୧୧୪ରୁ ଅଧିକ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ଜାମ୍‍ଜାମ୍‍ ଥଇଥାନ ଶିବିରରେ ହୋଇଥିବା ଆକ୍ରମଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଗତକାଲି ଆବୁସୌକ୍‍ ଶିବିର ଉପରେ ପୃଥକ୍‍ ମିଲିସିଆ ଆକ୍ରମଣ ଯୋଗୁଁ ୧୪ଜଣ ନିହତ ହୋଇଛନ୍ତି ।

sudan

ଜାମ୍‍ଜାମ୍‍ କ୍ୟାମ୍ପରେ କାର୍ଯ୍ୟରତ ଥିବା ବେସରକାରୀ ସହାୟକ ସଂସ୍ଥାର ୯ଜଣ କର୍ମଚାରୀଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁହୋଇଥିବା ଜଣାପଡିଚି । ଅର୍ଦ୍ଧସାମରିକ ତ୍ୱରିତ ସହାୟକ ଫୋର୍ସ ପକ୍ଷରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ଗତବର୍ଷ ମେ' ମାସ ୧୦ ତାରିଖ ପରେ ସୁଦାନି ସଶସ୍ତ୍ରବାହିନୀ ଏବଂ ଅର୍ଦ୍ଦସାମରିକ ବାହିନୀ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ସଂଘର୍ଷ ବୋଲି ଜଣାପଡିଛି । ୨୦୨୩ ଏପ୍ରିଲ ମଧ୍ୟଭାଗରୁ ସୁଦାନରେ ଏହି ଦୁଇପକ୍ଷଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ୨୯ହଜାର ୬୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+