ପରଲୋକରେ ସୁଜୁକିର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି

ନୂଆଦିଲ୍ଲୀ : ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବର୍ଷ ହୋଇଥିତ୍ଲା। ସେ ରକ୍ତ କର୍କଟରେ ପୀଡିତ ଥିଲେ । ୧୯୩୦ ମସିହା ଜାନୁଆରୀ ୩୦ ତାରିଖରେ ଜାପାନର ଗେରୋରେ ଜନ୍ମ ହୋଇଥିଲେ ଓସାମୁ। ତାଙ୍କ ନାଁ ଥିଲା ଓସାମୁ ମତସୁଦା। ୧୯୫୮ରେ ସେ ସୁଜୁକି ପରିବାରର ଝିଅଙ୍କୁ ବିବାହ କରିଥିଲେ।

ସୁଜୁକିର ତତ୍‌କାଳୀନ ଅଧ୍ୟକ୍ଷ ଶୁଞ୍ଜୋ ସୁଜୁକିଙ୍କ ଝିଅଙ୍କୁ ସେ ବାହା ହୋଇଥିଲେ। ତା'ପରେ ସେ ତାଙ୍କ ପତ୍ନୀଙ୍କ ପାରିବାରିକ ନାମ 'ସୁଜୁକି'କୁ ଆପଣାଇ ନେଇଥିଲେ ଓ ତାଙ୍କ ନାଁ ହୋଇଯାଇଥିଲା ଓସାମୁ ସୁଜୁକି। ତା' ସହିତ ସେ ସୁଜୁକି ମୋଟର କମ୍ପାନୀରେ ଯୋଗ ଦେଇଥିଲେ।୧୯୮୧ରେ ଭାରତ ସରକାରଙ୍କ ଯୌଥ ଉଦ୍ୟୋଗ ମାରୁତି ଉଦ୍ୟୋଗ ଲିମିଟେଡ୍‌ ସହ ସହଯୋଗିତା ସ୍ଥାପନ କରି ସେ ସୁଜୁକିକୁ ଭାରତ ଆଣିଥି‌ଲେ।

Osamu Suzuki

୧୯୭୮ରୁ ୨୦୨୧ ମଧ୍ୟରେ ସେ କଂପାନୀର ପ୍ରେସିଡେଣ୍ଟ, ଚେୟାରମ୍ୟାନ ଓ ସିଇଓ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ କମ୍ପାନୀର କାରବାର ୩୦୦ ଅରବ ୟେନରୁ ବୃଦ୍ଧି ପାଇ ୩ ଟ୍ରିଲିୟନ ୟେନରେ ପହଞ୍ଚି ଯାଇଥିଲା। ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ୯୧ ବର୍ଷ ବୟସ ପର୍ଯ୍ୟନ୍ତ ସେ କମ୍ପାନୀର କାର୍ଯ୍ୟ କରିଥିଲେ। ୧୯୭୮ରୁ ୨୦୨୧ ମଧ୍ୟରେ ସେ କଂପାନୀର ପ୍ରେସିଡେଣ୍ଟ, ଚେୟାରମ୍ୟାନ ଓ ସିଇଓ ଦାୟିତ୍ୱ ତୁଲାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+