Get Updates
Get notified of breaking news, exclusive insights, and must-see stories!

ଅପରେସନ୍ ଅଜୟ: ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଭାରତ ପହଞ୍ଚିଲେ ୨୩୫ ଭାରତୀୟ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଭାରତ ସରକାରଙ୍କ 'ଅପରେସନ୍ ଅଜୟ' ମଧ୍ୟରେ ନିଜ ଦେଶକୁ ଫେରିଛନ୍ତି ଆଉ 235 ଭାରତୀୟ । ଏହି ନିରାପତ୍ତା ଅପରେସନ୍ ଅଧୀନରେ ଇସ୍ରାଏଲର ଭାରତୀୟମାନଙ୍କର ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଛି । ନାଗରିକମାନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ଉପସ୍ଥିତ ଥିଲେ ।

Operation Ajay

ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ମଧ୍ୟରେ 18 ହଜାର ଭାରତୀୟ ଫସିରହିଥିବା ନେଇ ସୂଚନା ରହିଛି । ତେବେ କେନ୍ଦ୍ର ସରକାରଙ୍କ 'ଅପରେସନ୍ ଅଜୟ' ଜରିଆରେ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଶୁକ୍ରବାର ଦିନ ଇଶ୍ରାଏଲରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣଯାଇଥିଲା । ସ୍ଥାନୀୟ ସମୟ ଅନୁଯାୟୀ, ବିମାନଟି ରାତି 11 ଟା ସମୟରେ ଇସ୍ରାଏଲରୁ ଉଡ଼ାଣ ଭରିଥିଲା ।

ଏହାର ଗୋଟିଏ ଦିନ ପୂର୍ବରୁ 212 ଭାରତୀୟଙ୍କୁ ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଭାରତ ଅଣାଯାଇଥିଲା । ଭାରତ ସରକାର ଗୁରୁବାର ଦିନ ଅପରେସନ୍ ଅଜୟ ନେଇ ଘୋଷଣା କରିଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ଇସ୍ରାଏଲରେ ବାସ କରୁଥିବା ଭାରତୀୟମାନଙ୍କର ନିରାପଦ ପ୍ରତ୍ୟାବର୍ତ୍ତନ । ଏହି ଅପରେସନ୍ ମାଧ୍ୟମରେ କେବଳ ସେହି ଲୋକମାନଙ୍କୁ ଇସ୍ରାଏଲରୁ ଅଣାଯାଉଛି, ଯେଉଁମାନେ ସେଠାରୁ ଆସିବାକୁ ଇଚ୍ଛୁକ ଅଛନ୍ତି ।

ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଶନିବାର ଅକ୍ଟୋବର 14 ପର୍ଯ୍ୟନ୍ତ ଜାରି ରହିବ । ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏନେଇ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+