ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ, ୮୮ ପାଲେଷ୍ଟେନୀୟ ମୃତ
ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଅଲଗା ଅଲଗା ସ୍ଥାନରେ କରାଯାଇଥିବା ଆକ୍ରମଣରେ ୮୮ ପାଲେଷ୍ଟେନୀୟ ମୃତ, ୧୦୦ରୁ ଅଧିକ ଆହତ, ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ । ଉତ୍ତର ଗାଜାର ବେତ ଲାହିୟା ଅବଦାନ ହସ୍ପିଟାଲ ନିକଟ ଏବଂ ଗାଜା ସିଟିକୁ କରାଯାଇଥିଲା ଟାର୍ଗେଟ ।

ଗାଜା ପଟ୍ଟିର ଅଲ ଜଜିରା ଅରବିର ଗଣମାଧ୍ୟମ ଅନୁସାରେ, ଉତ୍କର ଗାଜାରେ କମଲ ଅଦବାନ ଡାକ୍ତରଖାନା ପାଖରେ ବେତ ଲହିୟାଠାରେ ଇସ୍ରାଏଲୀ ହମାଲରେ ୬୬ ଜଣ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଗାଜା ସହରର ଆକ୍ରମଣରେ ମଧ୍ୟ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ତର୍ଜାତୀୟ ଗଣମଧ୍ୟମ ଅନୁସାରେ, ଏହି ଆକ୍ରମଣରେ ଅଧିକାଂଶ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି । ଉତ୍ତର ଗାଜା ଉପରେ ଇସ୍ରାଏଲର ହମଲା ପରେ ମୋଟ୍ ୮୮ ଫିଲିସ୍ତିନୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।












Click it and Unblock the Notifications