ଏହି ମହିଳା ୧ଘଣ୍ଟା ପାଇଁ ପତ୍ନୀ ହେଲେ, ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ବିବାହିତ ହୋଇ ରହିପାରିଲେ ନାହିଁ!
ମହିଳାଙ୍କ ପାଇଁ ତାଙ୍କ ବିବାହ ଦିନ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ସେ ଭବିଷ୍ୟତର ସ୍ୱାମୀଙ୍କ ସହ ବଞ୍ଚିବା ଏବଂ ମରିବା ପାଇଁ ଶପଥ କରିବାକୁ ହୋଇଥାନ୍ତି ପ୍ରସ୍ତୁତ । ସେ ତାଙ୍କ ସ୍ୱାମୀଙ୍କ ସହିତ ସାରା ଜୀବନ ବିତିାଇବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି, ପରିବାରକୁ ବିସ୍ତାର କରିବାକୁ ଚାହାଁନ୍ତି, କିନ୍ତୁ ଭାଗ୍ୟରେ ଯାହା ଲେଖାଥାଏ ସେପରି ଘଟିଥାଏ । ଆମେରିକାରେ ରହୁଥିବା ଜଣେ ମହିଳାଙ୍କ ଜୀବନ ମଧ୍ୟ ଏହିପରି ଥିଲା ।
ସେ ନିଜ ପ୍ରେମିକଙ୍କ ସହ ବହୁତ ୧ବହୁତ ଧୁମ୍ଧାମ୍ର ସହିତ ବିବାହ କରିଥିଲେ ଏବଂ ବିବାହର ସମସ୍ତ ରୀତିନୀତି ମଧ୍ୟ ପାଳନ କରିଥିଲେ । କିନ୍ତୁ ବିବାହ ପରେ ଏପରି କିଛି ଘଟିଲା ଯେ ସେ ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ବିବାହିତ ମହିଳା ହୋଇ ରହିପାରିଲେ ନାହିଁ । । ସେ କେବଳ ୧ ଘଣ୍ଟା ପାଇଁ ପତ୍ନୀ ହୋଇ ରହି ପାରିଲେ । ଆସନ୍ତୁ ଆପଣଙ୍କୁ କହିବା ତାଙ୍କ ଜୀବନରେ କ'ଣ ଘଟିଲା ଯାହା ତାଙ୍କ ବିବାହ ଦିନକୁ ତାଙ୍କ ଜୀବନର ସବୁଠାରୁ ଖରାପ ଦିନ ହୋଇ ରହିଗଲା ।
ଦି ସନ୍ ୱେବସାଇଟ୍ ର ସ୍ୱତନ୍ତ୍ର ରିପୋର୍ଟ ଅନୁଯାୟୀ ଜନି ଡେଭିସ୍ଙ୍କୁ ୪୪ ବର୍ଷ ବୟସ ଏବଂ ସେ ଆମେରିକାର ନେବରାସ୍କାରେ ରୁହନ୍ତି । ଜନି ଦୁଇ ସନ୍ତାନର ମାତା । ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ସେ ତୋରେଜଙ୍କୁ ଭେଟିଥିଲେ, ସେ ମଧ୍ୟ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛାଡ଼ପତ୍ର ଦେଇଥିଲେ , ଏବଂ ତାଙ୍କର ମଧ୍ୟ ଏକ ସନ୍ତାନ ଥିଲେ ।

ଜନି କିଛି ସମୟ ପାଇଁ ଟୋରେଜଙ୍କ ସନ୍ତାନର କେୟାରଟେକର ହୋଇଥିଲେ ,ଏବଂ ତା'ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢ଼ିବାରେ ଲାଗିଥିଲା ଏବଂ ଜାନୁୟାରୀ ୨୦୧୭ ରେ ଟୋରେଜ ଜନିଙ୍କୁ ପ୍ରପୋଜ କରିଥିଲେ । ଆଉ ୧୮ ମାସ ପରେ, ଅର୍ଥାତ୍ ୨୦୧୮ ରେ, ସେମାନଙ୍କର ଏକ ଝିଅ ଜନ୍ମ ହେଇଥିଲା । ସେବେଠାରୁ ଦୁହେଁ ବିବାହ କରିବାକୁ ଚାହୁଁଥିଲେ ।
କିଛି ବର୍ଷ ପରେ, ଜୁନ୍ ୧୯, ୨୦୨୩ ରେ, ସେମାନେ ବିବାହ କରିବାକୁ ଯୋଜନା କଲେ । ଜନିଙ୍କ ପିତା ମଧ୍ୟ ଦୁନିଆରେ ନଥିଲେ । ଦୁହିଁଙ୍କ ବିବାହ ଯୋଜନାର କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ବରଣ ହୋଇଥିଲା । , ଜନିଙ୍କର ପ୍ରଥମ ସ୍ୱାମୀ ମଧ୍ୟ ଏହି ଦୁନିଆ ଛାଡିଥିଲେ । ଏହି କାରଣରୁ ଘରେ ବହୁତ ଦୁଖଦ ପରିବେଶ ଥିଲା । ଜନି ଭାବିଥିଲେ ବୋଧହୁଏ ଟୋରେଜଙ୍କୁ ବିବାହ କରିବା ପରେ ତାଙ୍କ ଜୀବନରେ ପଳାଇଯାଇଥିବା ସବୁ ସୁଖ ପୁଣି ଫେରି ଆସିବ । ଟୋରେଜ ତାଙ୍କୁ ସବୁ ସୁଖ ଆଣିଦେବ । ବିବାହ ଦିନ ଦୁହେଁ ତୟାର ହୋଇ ଚର୍ଚ୍ଚରେ ପହଞ୍ଚିଥିଲେ ।
ଚର୍ଚ୍ଚରେ ବିବାହର ସମସ୍ତ ରୀତିନୀତି ସମାପ୍ତ ହେଲା ଏବଂ ପରେ ବର ସ୍ୱାମୀ-ସ୍ତ୍ରୀ ଭାବରେ ବାହାରକୁ ଆସିଥିଲେ । ବାହାରକୁ ଆସିବା ପରେ ଟୋରେଜ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବା କହିଥିଲେ । ଟୋରେଜ କହିଥିଲେ ଯେ ସେ ବହୁତ ଗରମ ଅନୁଭବ କରୁଛନ୍ତି । ଜନି ଭାବିଲେ ସେ ହୁଏତ ସେ ଡ଼ରି ଯାଇଥିବେ । ଏହି ସମୟରେ ତାଙ୍କ ସ୍ୱାମୀ ବାରମ୍ବାର ଦୋହରାଉଥିଲେ ଯେ ସେ ଜନିଙ୍କୁ ବହୁତ ଭଲ ପାଆନ୍ତି । ଆଉ ଏହି ସବୁ କହିବାର ଅଳ୍ପ ସମୟ ମଧ୍ୟରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ।
ତୁରନ୍ତ ଟୋରେଜଙ୍କୁ ଆମ୍ଭୁଲାନ୍ସ ଦ୍ୱାରା ହସ୍ପିଟାଲ ନେଇଥିଲେ । ସେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଜନିଙ୍କ ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯେଉଁ ବ୍ୟକ୍ତି ତାଙ୍କୁ ଏକ ଘଣ୍ଟା ପୂର୍ବରୁ ବିବାହ କରିଥିଲେ, ଯିଏ ତାଙ୍କ ସ୍ୱାମୀ ଥିଲେ, କିନ୍ତୁ ତାଙ୍କ ସାମ୍ନାରେ ଡାକ୍ତରଖାନା ବେଡ୍ରେ ନିର୍ଜୀବ ହୋଇ ଶୋଇଥିଲେ । ଟୋରେଜଙ୍କର ହୃଦଘାତ ହୋଇଥିବା ଡାକ୍ତରମାନେ କହିଥିଲେ ।












Click it and Unblock the Notifications