କିଭ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କଲା ରୁଷ୍, ଜଣଙ୍କର ମୃତ୍ୟୁ ,୨୭ ଆହତ
ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ରୁଷ ପକ୍ଷରୁ ହୋଇଥିବା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେକ୍ସି ଆସନ୍ତାକାଲି ଫ୍ଲୋରିଡ଼ା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଥିବା ବେଳେ ରୁଷ ପକ୍ଷରୁ ଏଭଳି ଆକ୍ରମଣକୁ ଗୁରୁତ୍ୱ ଦିଆଯାଇଛି ।
ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛି, କିଞ୍ଜାଲ୍ ହାଇପୋର୍ସୋନିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଏହି ଆକ୍ରମଣ କରାଯାଇଛି । ୟୁକ୍ରେନ୍ର ଭିତ୍ତିଭୂମି କ୍ଷେତ୍ର ଏବଂ ସାମରିକ ଶିଳ୍ପ ସଂସ୍ଥାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ରୁଷରେ ସର୍ବସାଧାରଣ ସ୍ଥାନରେ ୟୁକ୍ରେନ୍ ଆକ୍ରମଣ ଜବାବରେ ରୁଷ ଏହି ପଦକ୍ଷେପ ଗ୍ରହଣ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନେସ୍କି କହିଛନ୍ତି, ଗତ ରାତିରେ ରୁଷର ଏହି ଆକ୍ରମଣରେ କିଭ୍ର କେତେକ ଅଞ୍ଚଳରେ ବିଦ୍ୟୁତ୍ ସରୋବରାହ ବାଧାପ୍ରାପ୍ତ ହୋଇଛି ।












Click it and Unblock the Notifications