ଦୁର୍ଘଟଣାଗ୍ରସ୍ତ ହେଲା ମାଲବାହୀ ବିମାନ

ଭିଲନିଅସ୍: ପାର୍ସଲ ଓ କୋରିଅର୍ ସେବା ଯୋଗାଉଥିବା ଜର୍ମାନ କମ୍ପାନୀ ଡିଏଚ୍ଏଲର ଏକ ମାଲବାହୀ ବିମାନ ସୋମବାର ସକାଳେ ରାଜଧାନୀ ଲିଥୁଆନିଆର ରାଜଧାନୀ ଭିଲନିଅସ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଏୟାରପୋର୍ଟ ନିକଟରେ ଥବା ଏକ ଘର ଉପରେ ମାଡ଼ ହୋଇ ଜଳିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଜରୁରୀକାଳୀନ ଅଧିକାରୀଙ୍କ ବୟାନ ଦେଇ ଲିଥୁଆନିଆର ସାର୍ବଜନୀନ ପ୍ରସାରଣ ସଂସ୍ଥା 'ଏଲଆରଟି' ରିପୋର୍ଟ କରିଛି ଯେ ଦୁର୍ଘଟଣା ପରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଜଣେ ମୃତ ଘୋଷଣା କରାଯାଇଥିଲା। ଜରୁରୀକାଳୀନ ଅଧିକାରୀଙ୍କ ବୟାନ ଦେଇ ଲିଥୁଆନିଆର ସାର୍ବଜନୀନ ପ୍ରସାରଣ ସଂସ୍ଥା 'ଏଲଆରଟି' ରିପୋର୍ଟ କରିଛି ଯେ ଦୁର୍ଘଟଣା ପରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଜଣେ ମୃତ ଘୋଷଣା କରାଯାଇଥିଲା।

One crew member dead

ବିମାନବନ୍ଦର ନିକଟରେ ଥିବା ଏକ ଦୁଇ ମହଲା ଘର ଉପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଲଆରଟି ସୂଚନା ଦେଇଛି। ଲିଥୁଆନିଆର ବିମାନବନ୍ଦର କର୍ତ୍ତୃପକ୍ଷ ଏହି ବିମାନଟିକୁ ଜର୍ମାନୀର ଲିପଜିଗରୁ ଭିଲନିୟସ୍ ବିମାନବନ୍ଦରକୁ ଉଡ଼ାଣ କରୁଥିବା ଏକ ଡିଏଚ୍ଏଲ୍ ମାଲବାହୀ ବିମାନ ବୋଲି ଚିହ୍ନଟ କରିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟ୍ରକ୍ ସମେତ ଭିଲନିୟସର ଜରୁରୀକାଳୀନ ସେବା ଉପସ୍ଥିତ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+