For Quick Alerts
Turn On Notification  
For Daily Alerts
Oneindia App Download

ଏହି ସହରରେ ଲୋକଙ୍କ ମୃତ୍ୟୁ ଉପରେ ଲାଗିଛି ବ୍ୟାନ୍

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁ ଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଅର୍ଥାତ୍ ବ୍ୟାନ ଲାଗିଛି ।

|

ନରଓ୍ୱେ : ଦୁନିଆରେ ତମାମ୍ ପ୍ରକାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥାଏ । ଯେଉଁ କଥା ଶୁଣି ଆମେ ଥରକେ ଆଶ୍ଚର୍ଯ୍ୟ ହୋଇ ରହିଯାଉ । ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁ ଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଅର୍ଥାତ୍ ବ୍ୟାନ ଲାଗିଛି । କେବଳ ସେତିକି ନୁହେଁ ଏହାକୁ ନେଇ ଗତ 70 ବର୍ଷ ହେଲା ଏହି ସହରରେ କାହାର ମୃତ୍ୟୁ ହୋଇ ନାହିଁ । ନରଓ୍ୱେର ଏକ ଛୋଟିଆ ସହର ଲାଁଲ୍ଗଇୟରବେନ୍ ରେ ପ୍ରଶାସନ ପ୍ରକୃତିର ନିୟମ ବିରୋଧରେ ମୃତ୍ୟୁ ଉପରେ ରୋକ୍ ଲଗାଇଛନ୍ତି । ଫଳରେ ଏହି ସହରରେ କେହି ମରି ପାରିବେ ନାହିଁ । ନରଓ୍ୱେ ଓ ଉତ୍ତର ଧୃବ ମଝିରେ ଏହା ଏକ ଦ୍ୱିପ ଅଟେ । ଏହି ଦ୍ୱିପରେ ରକ୍ତ ଜମାଟ ବାନ୍ଧି ଦେବା ଭଳି ଶୀତ ଅନୁଭବ ହୁଏ ।

ନରଓ୍ୱେ

ଏଠାରେ ଶୀତ ଦିନେ ତାପମାତ୍ରା ଏତେ ତଳକୁ ଖସି ଆସେ ଯେ ଜୀବିତ ରହିବା ଏବଂ ଜୀବନ ବଞ୍ଚାଇବା କଷ୍ଟକର ହୋଇ ପଡେ । ଏହି ସହରର ଲୋକ ସଂଖ୍ୟା ହେଉଛି ଦୁଇ ହଜାର । ଏହି ସହରରେ ଆଜି ବି ଲୋକମାନଙ୍କୁ ମରିବାର ଅନୁମତି ନାହିଁ । 70 ବର୍ଷ ହେଲା ଏହି ସହରରେ ଏଥିପାଇଁ ଲୋକ ମରି ନାହାନ୍ତି କି ଏଠାରେ ଅଧିକ ଶୀତ ଅନୁଭୁତ ହୁଏ । ଥଣ୍ଡା କାରଣରୁ ଶରୀରରେ ଯେମତିକୁ ସେମତି ହୋଇ ରହିଥାଏ । ଥଣ୍ଡା କାରଣରୁ ଶରୀର ଶଢେ ନାହିଁ କି ନଷ୍ଟ ହୁଏ ନାହିଁ ।

ଏକ ଗବେଷଣାରୁ ଜଣା ପଡିଲା ଯେ ଏଠାରେ 1917ରେ ଯେଉଁ ବ୍ୟକ୍ତିର ମୃତ୍ୟୁ ଇନଫ୍ଲୁଏନଞ୍ଜା ଦ୍ୱାରା ହୋଇଥିଲା, ଉକ୍ତ ଶରୀରଟି ସେମତି ପଡି ସତେଜ୍ ପଡି ରହିଛି । ତେବେ ଆଜି ବି ଉକ୍ତ ଶରୀରରେ ଇନଫ୍ଲୁଏନଞ୍ଜା ଭୂତାଣୁ ରହିଛି ।

ଏହାପରେ ପ୍ରଶାସନ ସହରରେ ମୃତ୍ୟୁ ଉପରେ ବ୍ୟାନ ଲଗାଇ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାନ୍ତି ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଅନ୍ୟ ଦେଶକୁ ନିଆଯାଏ । ସେଠାରେ ତାଙ୍କର ମୃତ୍ୟ ହେବା ପରେ ସେଠାରେ ହିଁ ପୋତି ଦିଆଯାଏ । ସେହିପରି ଯଦି କୌଣସି ବ୍ୟକ୍ତିଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ପଡେ ତଥାପି ତାଙ୍କୁ ହେଲିକପ୍ଟରେ ନିଆଯାଇ ପରବର୍ତ୍ତି ସମୟରେ ପୁଣି ଆଣି ଛାଡି ଦିଆଯାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
on This City Government Put Restriction in Death
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X