Get Updates
Get notified of breaking news, exclusive insights, and must-see stories!

ଏହି ସହରରେ ଲୋକଙ୍କ ମୃତ୍ୟୁ ଉପରେ ଲାଗିଛି ବ୍ୟାନ୍

ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁ ଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଅର୍ଥାତ୍ ବ୍ୟାନ ଲାଗିଛି ।

ନରଓ୍ୱେ : ଦୁନିଆରେ ତମାମ୍ ପ୍ରକାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥାଏ । ଯେଉଁ କଥା ଶୁଣି ଆମେ ଥରକେ ଆଶ୍ଚର୍ଯ୍ୟ ହୋଇ ରହିଯାଉ । ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁ ଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଅର୍ଥାତ୍ ବ୍ୟାନ ଲାଗିଛି । କେବଳ ସେତିକି ନୁହେଁ ଏହାକୁ ନେଇ ଗତ 70 ବର୍ଷ ହେଲା ଏହି ସହରରେ କାହାର ମୃତ୍ୟୁ ହୋଇ ନାହିଁ । ନରଓ୍ୱେର ଏକ ଛୋଟିଆ ସହର ଲାଁଲ୍ଗଇୟରବେନ୍ ରେ ପ୍ରଶାସନ ପ୍ରକୃତିର ନିୟମ ବିରୋଧରେ ମୃତ୍ୟୁ ଉପରେ ରୋକ୍ ଲଗାଇଛନ୍ତି । ଫଳରେ ଏହି ସହରରେ କେହି ମରି ପାରିବେ ନାହିଁ । ନରଓ୍ୱେ ଓ ଉତ୍ତର ଧୃବ ମଝିରେ ଏହା ଏକ ଦ୍ୱିପ ଅଟେ । ଏହି ଦ୍ୱିପରେ ରକ୍ତ ଜମାଟ ବାନ୍ଧି ଦେବା ଭଳି ଶୀତ ଅନୁଭବ ହୁଏ ।

ନରଓ୍ୱେ

ଏଠାରେ ଶୀତ ଦିନେ ତାପମାତ୍ରା ଏତେ ତଳକୁ ଖସି ଆସେ ଯେ ଜୀବିତ ରହିବା ଏବଂ ଜୀବନ ବଞ୍ଚାଇବା କଷ୍ଟକର ହୋଇ ପଡେ । ଏହି ସହରର ଲୋକ ସଂଖ୍ୟା ହେଉଛି ଦୁଇ ହଜାର । ଏହି ସହରରେ ଆଜି ବି ଲୋକମାନଙ୍କୁ ମରିବାର ଅନୁମତି ନାହିଁ । 70 ବର୍ଷ ହେଲା ଏହି ସହରରେ ଏଥିପାଇଁ ଲୋକ ମରି ନାହାନ୍ତି କି ଏଠାରେ ଅଧିକ ଶୀତ ଅନୁଭୁତ ହୁଏ । ଥଣ୍ଡା କାରଣରୁ ଶରୀରରେ ଯେମତିକୁ ସେମତି ହୋଇ ରହିଥାଏ । ଥଣ୍ଡା କାରଣରୁ ଶରୀର ଶଢେ ନାହିଁ କି ନଷ୍ଟ ହୁଏ ନାହିଁ ।

ଏକ ଗବେଷଣାରୁ ଜଣା ପଡିଲା ଯେ ଏଠାରେ 1917ରେ ଯେଉଁ ବ୍ୟକ୍ତିର ମୃତ୍ୟୁ ଇନଫ୍ଲୁଏନଞ୍ଜା ଦ୍ୱାରା ହୋଇଥିଲା, ଉକ୍ତ ଶରୀରଟି ସେମତି ପଡି ସତେଜ୍ ପଡି ରହିଛି । ତେବେ ଆଜି ବି ଉକ୍ତ ଶରୀରରେ ଇନଫ୍ଲୁଏନଞ୍ଜା ଭୂତାଣୁ ରହିଛି ।

ଏହାପରେ ପ୍ରଶାସନ ସହରରେ ମୃତ୍ୟୁ ଉପରେ ବ୍ୟାନ ଲଗାଇ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାନ୍ତି ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଅନ୍ୟ ଦେଶକୁ ନିଆଯାଏ । ସେଠାରେ ତାଙ୍କର ମୃତ୍ୟ ହେବା ପରେ ସେଠାରେ ହିଁ ପୋତି ଦିଆଯାଏ । ସେହିପରି ଯଦି କୌଣସି ବ୍ୟକ୍ତିଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ପଡେ ତଥାପି ତାଙ୍କୁ ହେଲିକପ୍ଟରେ ନିଆଯାଇ ପରବର୍ତ୍ତି ସମୟରେ ପୁଣି ଆଣି ଛାଡି ଦିଆଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+