ତୈଳ ଉତ୍ପାଦନ ଶୁଳ୍କ ହ୍ରାସପରେ ଭାରତ ସରକାରଙ୍କୁ ଇମ୍ରାନ ଖାନ୍ଙ୍କ ପ୍ରଶଂସା
ଭାରତକୁ ପ୍ରଶଂସା କରିଚାଲିଛନ୍ତି ଇମ୍ରାନ ଖାନ। ବାରମ୍ବାର ବିରୋଧୀକୁ ଭାରତର ଉଦାହରଣ ଦେଉଛନ୍ତି। ଶନିବାର କେନ୍ଦ୍ର ସରକାର ତେଲ ଦର ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।
ଇସ୍ଲାମାବାଦ: ଭାରତକୁ ପ୍ରଶଂସା କରିଚାଲିଛନ୍ତି ଇମ୍ରାନ ଖାନ। ବାରମ୍ବାର ବିରୋଧୀକୁ ଭାରତର ଉଦାହରଣ ଦେଉଛନ୍ତି। ଶନିବାର କେନ୍ଦ୍ର ସରକାର ତେଲ ଦର ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ଶନିବାର ପେଟ୍ରୋଲ ଉପରେ 8 ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମିଥିବା ବେଳେ ଡିଜେଲ୍ ଉପରେ 6ଟଙ୍କା ଶୁଳ୍କ ହ୍ରାସ କରାଯାଇଛି। ଫଳରେ ଦେଶରେ ପେଟ୍ରୋଲ ମୂଲ୍ୟରେ 9.5 ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ୍ ମୂଲ୍ୟରେ 7 ଟଙ୍କା ହ୍ରାସ ହୋଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି 95.91 ଟଙ୍କା ହୋଇଥିବା ବେଳେ ଡିଜେଲ 89.67 ଲିଟର ହୋଇଛି। କେନ୍ଦ୍ର ପରେ ବିଭିନ୍ନ ରାଜ୍ୟ ସରକାର ଭାଟ କମାଇଲେ ରାଜ୍ୟ ଅନୁସାରେ ତେଲ ମୂଲ୍ୟ ହ୍ରାସ ପାଇବ।
ଏହାକୁ ନେଇ ବର୍ତ୍ତମାନର ପାକିସ୍ତାନ ସରକାରକୁ ଟାର୍ଗେଟ୍ କରିଛନ୍ତି ଇମ୍ରାନ ଖାନ। ସେ କହିଛନ୍ତି ଯେ ବିଦେଶୀ ଶକ୍ତି ଚାପରେ ନଇଁ ଜାଫର ଓ ସାଦିକ୍ ବଳପୂର୍ବକ ପାକିସ୍ତାନର ସରକାର ପରିବର୍ତ୍ତନ କଲେ।












Click it and Unblock the Notifications