ଆନ୍ତର୍ଜାତୀୟ ଶ୍ରମିକ ଦିବସ: କ'ଣ କହୁଛି ଇତିହାସ ?

ଭୁବନେଶ୍ୱର: ରାଷ୍ଟ୍ର ନିର୍ମାଣରେ ନିଜକୁ ସମର୍ପଣ କରୁଥିବା ସମସ୍ତ ଶ୍ରମିକଙ୍କୁ ଶ୍ରମ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ! ମେ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି । ଶ୍ରମଜିବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଅବଗତ କରିବା ଉଦ୍ଦେଶ୍ୟରେ ଆଜି ସବୁଠି ଶ୍ରମିକ ଦିବସ ପାଳନ କରାଯାଉଛି ।

ସମସ୍ତ ଦେଶର ଅର୍ଥନୀତିରେ ବିକାଶ ଆଣିବାରେ ଶ୍ରମିକମାନଙ୍କର ସବୁଠାରୁ ବଡ଼ ଅବଦାନ ଥାଏ । ଏଭଳି ପରିସ୍ଥିତିରେ ଶ୍ରମିକମାନଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ମେ '୧ ତାରିଖରେ ସାରା ବିଶ୍ୱରେ 'ଶ୍ରମିକ ଦିବସ' ପାଳନ କରାଯାଏ ।

ପ୍ରତିବର୍ଷ ମେ ୧ ତାରିଖ ଶ୍ରମିକମାନଙ୍କ ନାମ ପାଇଁ ଉତ୍ସର୍ଗୀକୃତ । ଶ୍ରମିକ ଦିବସ ବ୍ୟତୀତ ଏହାକୁ ଲେବର ଡେ କିମ୍ବା ମଇ ଡେ
ବୋଲି ମଧ୍ୟ କୁହାଯାଏ । ମେ ୧' ତାରିଖରେ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶ୍ରମିକଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ସର୍ବଦା ମନେ ରଖିବା ।

ଆମେରିକାରୁ ଆରମ୍ଭ ହୋଇଥିଲା ଶ୍ରମିକ ଦିବସ
ଯୁକ୍ତରାଷ୍ଟ୍ରରେ ଉନବିଂଶ ଶତାବ୍ଦୀର ପ୍ରଚଳିତ ନିଷ୍ଠୁର ଶ୍ରମିକ ଆଇନ୍ ବିରୋଧରେ ଶ୍ରମିକମାନେ ସଂଗଠିତ ହେବା ଆରମ୍ଭ କରିଥିଲେ । ବିଶେଷ କରି ଦୈନିକ ୧୬ ଘଣ୍ଟା କାମ କରିବା ପରିବର୍ତ୍ତେ ୮ ଘଣ୍ଟାର ଏକ ସମୟସୀମା ଧାର୍ଯ୍ୟ କରିବା ପାଇଁ ସିକାଗୋ ସହରର ମା' ମାର୍କେଟ୍ ଛକରେ ହଜାର ହଜାର ଶ୍ରମଜୀବି ୧୮୮୬ ମେ' ୧ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଏହି ଆନ୍ଦୋଳନ ମାଧ୍ୟମରେ ଆମେରିକାର ଶ୍ରମିକମାନେ ସେମାନଙ୍କ ଦାବି ପାଇଁ ବିରୋଧ ଆରମ୍ଭ କରିଥିଲେ।

୧୯୧୬ ମସିହାରେ ଆମେରିକା ସରକାର କରିଥିଲା ଦାବି ପୂରଣ
ଯାହାର ତିନି ବର୍ଷ ପରେ, ୧୮୮୯ ମସିହାରେ, ମାର୍କ୍ସବାଦୀ ଆନ୍ତର୍ଜାତୀୟ ସମାଜବାଦୀ କଂଗ୍ରେସ ଏକ ସଂକଳ୍ପ ପାରିତ କରି ଏକ ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲା ଯେଉଁଥିରେ ଶ୍ରମିକମାନେ ଦିନକୁ ୮ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଦାବି କରାଯାଇଥିଲା । ବାରମ୍ବାର ବିକ୍ଷୋଭ ଓ ବିଦ୍ରୋହ ପରେ ୧୯୧୬ ମସିହାରେ ଆମେରିକା ସରକାର ସେମାନଙ୍କ ୮ ଘଣ୍ଟାଆ କାର୍ଯ୍ୟ କରିବା ଦାବିକୁ ଗ୍ରହଣ କରିଥିଲେ ।

Labour Day

ଭାରତରେ କେବେଠୁ ପାଳନ ହେଲା 'ଶ୍ରମିକ ଦିବସ'
ଆମେରିକାର ପ୍ରାୟ ୩୪ ବର୍ଷ ପରେ, ଅର୍ଥାତ୍ ୧୯୨୩ ମସିହାରୁ ଏହି ଦିବସ ଭାରତରେ ପାଳନ କରାଯାଇଥିଲା । ବର୍ତ୍ତମାନ ବିଶ୍ୱର ପ୍ରାୟ ୧୬୦ରୁ ଅଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି । ୧୯୨୩ ମସିହାରେ ଚେନ୍ନାଇରେ ହିନ୍ଦୁସ୍ତାନ ଲେବର କିସାନ ପାର୍ଟି ଦ୍ୱାରା ଭାରତରେ ପ୍ରଥମ ଶ୍ରମ ଦିବସ ପାଳନ କରାଯାଇଥିଲା। କମ୍ୟୁନିଷ୍ଟ ନେତା ମାଲାୟାପୁରମ୍ ସିଙ୍ଗାରାଭେଲୁ ଚେଟିୟର୍ ମେ'୧ ତାରିଖକୁ ଜାତୀୟ ଛୁଟିଦିନ ଭାବେ ଘୋଷଣା କରିଥିଲେ। ଯାହା ପରେ ଅନେକ ସଂଗଠନ ଏବଂ ସାମାଜିକ ଦଳ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+