ସ୍ନାଇପରରୁ ଗୁଳି ଚଳାଇଲେ କିମ୍!
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏଥର ସେ ନିଜେ ଦାୟିତ୍ୱ ନେଇ ନୂଆ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ ଏକ ସ୍ବତନ୍ତ୍ର ବାହିନୀ ୟୁନିଟ ପରିଦର୍ଶନ କରିଛନ୍ତି, ଯେଉଁଠାରେ ସେ ସୈନିକମାନଙ୍କ ସହିତ ଗୁଳିଚାଳନା ଅଭ୍ୟାସରେ ଅଂଶଗ୍ରହଣ କରିଛନ୍ତି । ତାଙ୍କର କାର୍ଯ୍ୟକଳାପ ଏପରି ଏକ ସମୟରେ ହୋଇଛି ଯେତେବେଳେ କୋରିଆ ଉପଦ୍ୱୀପରେ ରାଜନୈତିକ ଅସ୍ଥିରତା ରହିଛି।
ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନଏ) ଶନିବାର କହିଛି ଯେ, କିମ୍ ଜୋଙ୍ଗ ଶୁକ୍ରବାର ସ୍ୱତନ୍ତ୍ର ଅପରେସନ୍ ୟୁନିଟ୍ ଯାଞ୍ଚ କରିଥିଲେ। ଏହି ସମୟରେ ସେ କହିଥିଲେ, କେବଳ ପ୍ରକୃତ ଯୁଦ୍ଧ କ୍ଷମତା ଯୁଦ୍ଧକ୍ଷେତ୍ରରେ ବିଜୟ ସୁନିଶ୍ଚିତ କରିଥାଏ ଏବଂ ଏହି କ୍ଷମତା କେବଳ କଠୋର ତାଲିମ ମାଧ୍ୟମରେ ବିକଶିତ ହୋଇଥାଏ।' ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ଦାବି କରିଛି ଯେ, ଉତ୍ତର କୋରିଆ ୟୁକ୍ରେନ ଯୁଦ୍ଧରେ ମସ୍କୋକୁ ସମର୍ଥନ କରୁଥିବା ରୁଷିଆକୁ ସାହାଯ୍ୟ କରିବା ପାଇଁ ହଜାର ହଜାର ସୈନିକ ପଠାଇଛି।













Click it and Unblock the Notifications