ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କଲା ଉତ୍ତର କୋରିଆ, କିମ୍ ଜୋଙ୍ଗ କିଛି ଦିନ ପୂର୍ବରୁ ଦେଇଥିଲେ ଧମକ
ନୂଆଦିଲ୍ଲୀ: ଉତ୍ତର କୋରିଆ ପୁଣି ଥରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି । ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ଏହି ଉତକ୍ଷେପଣକୁ ନିଶ୍ଚିତ କରି କହିଛି ଯେ ରବିବାର ସକାଳେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି ।
ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍ ଏ କଥା ଘୋଷଣା କରିଛନ୍ତି, ସେ କହିଛନ୍ତି, ଉତ୍ତର କୋରିଆ ପୂର୍ବ ସାଗର ବା ଜାପାନ ସାଗର ଆଡ଼କୁ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ତେବେ ଦକ୍ଷିଣ କୋରିଆ ତରଫରୁ ଆଉ କୌଣସି ସୂଚନା ଦିଆଯାଇ ନାହିଁ । ଦକ୍ଷିଣ କୋରିଆ ସହିତ ଯେଉଁଠାରେ ସାମୁଦ୍ରିକ ସୀମା ବିବାଦ ରହିଛି ସେହିଠାରେ ଉତ୍ତର କୋରିଆ ଆର୍ଟିଲିରି ଗୁଳି ଚଳାଇବାର କିଛି ଦିନ ପରେ ଏହି ଉତକ୍ଷେପଣ କରିଛି । ଯାହା ପରେ ଦକ୍ଷିଣ କୋରିଆ ସେହି ଅଞ୍ଚଳରେ ଗୁଳି ଚଳାଇବା ଅଭ୍ୟାସ କରିଥିଲା ।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ଶେଷରେ ଶାସକ ଦଳର ଏକ ପ୍ରମୁଖ ବୈଠକରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କର ଆଣବିକ ଅସ୍ତ୍ରଶସ୍ତ୍ର ଅସ୍ତ୍ରଶସ୍ତ୍ର ବୃଦ୍ଧି ଏବଂ ଅତିରିକ୍ତ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଶପଥ ନେଇଥିଲେ ।












Click it and Unblock the Notifications