କୋଭିଡ ଭ୍ୟାକି୍ସନ କ୍ଷେତ୍ରରେ ଗବେଷଣା ଓ ଚିକିତ୍ସା ବିଜ୍ଞାନ ପାଇଁ ଏହି ଦୁଇ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର ୨୦୨୩
ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ବର୍ଷ ପାଇଁ ନୋବେଲ ପୁରସ୍କାର ମିଳିବ । କୋଭିଡ ଭ୍ୟାକି୍ସନ କ୍ଷେତ୍ରରେ ଗବେଷଣା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
ଚଳିତବର୍ଷ କାଟଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ଅଦ୍ଭୁଦ ଆବିଷ୍କାର ପାଇଁ ଏହି ସମ୍ମାନ ମିଳିଛି । ନ୍ୟୁକ୍ଲିଓସାଇଡ ବେସ୍ ସଂଶୋଧନ ସମ୍ବନ୍ଧୀୟ ଆବିସ୍କାର ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଏହି ଆବିସ୍କାର କରୋନା ଭୂତାଣୁ ଅର୍ଥାତ କୋଭିଡ-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟିକା ବିକଶିତ କରିବାରେ ସହାୟକ ହୋଇଥିଲା ନୋବେଲ କମିଟି ସଂପାଦକ ଥୋମାସ ପର୍ଲମ୍ୟାନ କୋରୋଲିନସ୍କା ଇନଷ୍ଟିଚ୍ୟୁଟରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ।

ଗତବର୍ଷ ଏହି ପୁରସ୍କାର ସ୍ୱିଡେନର ସ୍ୱାଣ୍ଟେ ପାବୋଙ୍କୁ ଫିଜିଓଲୋଜୀ ଓ ମେଡିସିନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କୁ ବିଲୁପ୍ତ ହୋମିନନର ଜେନେଟିକ୍ସ ଏବଂ ମାନବ ବିବର୍ତ୍ତନ ସମ୍ବନ୍ଧୀୟ ଆବିସ୍କାର ପାଇଁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ଏହି ପୁରସ୍କାର ଘୋଷଣା କରାଯାଏ। ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା । ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି । ଡିସେମ୍ବର ୧୦, ଆଲଫ୍ରେଡ ନୋବେଲଙ୍କ ଜନ୍ମ ତାରିଖ ଅବସରରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଏ। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ ।












Click it and Unblock the Notifications