ଦୁଇଜଣ ସମ୍ବାଦିକଙ୍କୁ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ
ନୂଆଦିଲ୍ଲୀ: ଅଭିବ୍ୟକ୍ତିର ସ୍ଵାଧୀନତା ପାଇଁ ଏକ ଐତିହାସିକ ଘଟଣା କ୍ରମେ ଦୁଇଜଣ ସମ୍ବାଦିକଙ୍କୁ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ ସଂଯୁକ୍ତ ଭାବରେ ମାରିୟା ରେସା ଏବଂ ଡିମତ୍ରୀ ମୁରାତୋବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ କମିଟିର ଅଧକ୍ଷ୍ୟ ଏନେଇ ମତବ୍ୟକ୍ତ କରିଛନ୍ତି ଯେ, ଜନସାଧାରଣଙ୍କ ପାଇଁ ସ୍ଵର ଉତ୍ତୋଳନ କରି ବିଭିନ୍ନ ସମୟରେ ଅଭିବ୍ୟକ୍ତିର ସ୍ଵତନ୍ତ୍ରତାକୁ ପାଥେୟ କରିଛନ୍ତି ଏହି ଦୁଇ ସାମ୍ବାଦିକ।

ସୂଚନା ଯୋଗ୍ୟଯେ, ନିଜର ମାତୃଭୂମି ଫିଲିପାଇନ୍ସରେ କ୍ଷମତାର ଦୁରୁପଯୋଗ, ହିଂସା ଏବଂ ଏକଛତ୍ରବାଦ ଶାସନ ବ୍ୟବସ୍ଥା ବିରୋଧରେ ଏହି ଦୁଇ ସାମ୍ବାଦିକ ଜାଗରଣ ସୃଷ୍ଟି କରିଥିଲେ। ମାରିୟା ରେସା ୨୦୧୨ ମସିହାରେ ଏକ ଡିଜିଟାଲ ମିଡିଆ କମ୍ପାନୀ ସ୍ଥାପନା କରିଥିଲେ। ଯୁଦ୍ଧ, ଅହିଂସା ଏବଂ ମାନବତା ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଲୋକଙ୍କ ମଧ୍ୟରେ ଜାଗରୁକତା ସୃଷ୍ଟି କରିବା ସମ୍ବାଦିକତାର ବଳିଷ୍ଠ ପଦକ୍ଷେପ ଅଟେ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। ମାରିୟା ରେସା ଏବଂ ଡିମତ୍ରୀ ମୁରାତୋବଙ୍କୁ ଏହି ପୁରସ୍କାର ପ୍ରଦାନ କରିବାର ଅର୍ଥ ହେଉଛି ଅଭିବ୍ୟକ୍ତିର ସ୍ଵାଧୀନତାକୁ ସମ୍ମାନ ଜଣାଇ ଏହି ଦିଗରେ ଅଧିକ ଆଲୋଚନା ସୃଷ୍ଟି କରିବା। ସୂଚନା ଯୋଗ୍ୟଯେ, ବିଶ୍ଵର ସର୍ବଶ୍ରେଷ୍ଠ ପୁରସ୍କାର ଭାବରେ ପରିଗଣିତ ନୋବେଲ ପୁରସ୍କାର ଶାନ୍ତି, ସାହିତ୍ୟ ଏବଂ ବିଜ୍ଞାନ ଭଳି ବିଭିନ୍ନ କ୍ଷେତ୍ରରେ ବିଶ୍ଵ କଲ୍ଯାଣ ପାଇଁ ଉଦ୍ଦିଷ୍ଟ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଦାନ କରାଯାଏ।












Click it and Unblock the Notifications