ତୁର୍କୀ ବିମାନବନ୍ଦରରେ ୩୦ ଘଣ୍ଟା ଧରି ଫସିଛନ୍ତି ଯାତ୍ରୀ !

ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏକ ଭର୍ଜିନ୍ ଆଟଲାଣ୍ଟିକ୍ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଛି। ବିମାନରେ ଅଛନ୍ତି ୨୬୦ରୁ ଅଧିକ ଯାତ୍ରୀ।

ଏହି ଯାତ୍ରୀମାନେ ୩୦ ଘଣ୍ଟାରୁ ଅଧିକ ସମୟ ଧରି ତୁର୍କୀର ଦିଆର୍ବାକିର ବିମାନବନ୍ଦରରେ ଫସି ରହିଛନ୍ତି। ଏହି ଯାତ୍ରୀଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ଅଛନ୍ତି।

ଏହି ଯାତ୍ରୀ ମାନେ ନିରନ୍ତର ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ଫ୍ଲାଇଟ୍ VS358 ଏପ୍ରିଲ ୨ ତାରିଖରେ ସ୍ଥାନୀୟ ସମୟ ୧୧:୪୦ ରେ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ଏପ୍ରିଲ ୩ ତାରିଖରେ ଦିନ ୧:୪୦ ରେ ମୁମ୍ବାଇରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ, ଜଣେ ଯାତ୍ରୀଙ୍କୁ ଜରୁରୀକାଳିନ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହେବାରୁ ବିମାନଟି ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଦିଆର୍ବାକିର ବିମାନବନ୍ଦରରେ ଏକ ଅନିର୍ଦ୍ଧାରିତ ଅବତରଣ କରିଥିଲା।

Turkish airport for 30 hours

ଅନ୍ୟପଟେ ଭର୍ଜିନ୍ ଆଟଲାଣ୍ଟିକ୍ ବିମାନକୁ ହାର୍ଡ ଲ୍ୟାଣ୍ଡିଙ୍ଗ ବୋଲି ଘୋଷଣା କରାଗାଲ। ଏହାସହ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ଉଡାଣ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରାଯାଇଛି। ଏହା ପରେ କ୍ରୁଙ୍କୁ ଏକ ହୋଟେଲକୁ ପଠାଯାଇଥିଲା। କିନ୍ତୁ ଯାତ୍ରୀମାନଙ୍କୁ ବିମାନବନ୍ଦରର ଏକ ନିଷିଦ୍ଧ ଅଞ୍ଚଳରେ ରଖାଯାଇଥଲା, ଯେଉଁଠାରେ ପର୍ଯ୍ୟାପ୍ତ ସୁବିଧା ନାହିଁ।

ଭାରତୀୟ ଦୂତାବାସଙ୍କ ସହାୟତାରେ କିଛି ଯାତ୍ରୀଙ୍କୁ ନିକଟସ୍ଥ ହୋଟେଲକୁ ନିଆଯାଇଛି। ସକାଳ ୯ଟା ସୁଦ୍ଧା ଏକ ବ୍ୟାପଅପ୍ ବିମାନ ପ୍ରସ୍ତୁତ ହେବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ହେଲେ ଏବେ ବି କିଛି ଯାତ୍ରୀ ଏୟାରପୋର୍ଟ ଭିତରେ ଅଛନ୍ତି।

ଅନ୍ୟପଟେ ସେଠାରେ ଫସିରହିଥିବା ଯାତ୍ରୀମାନେ ଏୟାରପୋର୍ଟରେ ମୌଳିକ ଅସୁବିଧାକୁ ନେଇ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଫସିରହିଥିବା ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ କିମ୍ୱା କେତେ ବେଳେ ମୁମ୍ୱାଇ ଯାଇପାରିବେ ସେ ବିଷୟରେ ମଧ୍ୟ କୌଣସ ସୂଚନା ଦିଆଯାଇନାହିଁ। ବିମାନବନ୍ଦରରେ ଫସିରହିଥିବା ଯାତ୍ରୀମାନେ ସୋସିଆଲ ମିଡିଆ ଏକ୍ସରେ ଖାଦ୍ୟ, ଶୌଚାଳୟ ଏବଂ ଚାର୍ଜିଙ୍ଗ ପଏଣ୍ଟ ସମେତ ଅନେ ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରି ଟ୍ୱିଟ୍ କରିଛନ୍ତି। ଏପରିକି ୩୦ ଘଣ୍ଟା ଧରି ଖାଦ୍ୟ ନାହିଁ, କି ପାଣି ନାହିଁ ବୋଲି ମଧ୍ୟ କିଛି ଯାତ୍ରୀ ଅଭିଯୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+