ଇରାନ ପରମାଣୁ ବୋମା ନିର୍ମାଣ କରିବାର କୌଣସି ପ୍ରମାଣ ନଥିବା ସୂଚନା
ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂଘର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରୋସି କହିଛନ୍ତି ଯେ ଇରାନ ପରମାଣୁ ବୋମା ନିର୍ମାଣ କରିବାର କୌଣସି ପ୍ରମାଣ ନାହିଁ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଇରାନର ୟୁରାନିୟମର ବିଶାଳ ଭଣ୍ଡାର ଏବଂ ନିରୀକ୍ଷକମାନଙ୍କୁ ପ୍ରବେଶ ଅନୁମତି ନ ଦେବା ଚିନ୍ତାର କାରଣ ପାଲଟିଛି ।

ଶ୍ରୀ ଗ୍ରୋସି ତାଙ୍କର ପୂର୍ବ ରିପୋର୍ଟଗୁଡ଼ିକରେ ଏହି ବିଷୟ ଉପସ୍ଥାପନ କରାଯାଇଛି । ସେ କହିଛନ୍ତି, ଯେପର୍ଯ୍ୟନ୍ତ ଇରାନ ବାକି ଥିବା ସୁରକ୍ଷା ସମସ୍ୟାଗୁଡ଼ିକର ସମାଧାନରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତିସଂଘକୁ ସହାୟତା କରିବ ନାହିଁ, ସେପର୍ଯ୍ୟନ୍ତ ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବୋଲି କୁହାଯାଇ ପାରିବ ନାହିଁ ।












Click it and Unblock the Notifications