ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜଣଙ୍କ ଜୀବନ
ପାକିସ୍ତାନର ଉତ୍ତର ପଶ୍ଚିମ ଖୈବର ପଖତୁନଖ୍ବା ପ୍ରାନ୍ତରେ ଏକ ବସ୍ ଏବଂ ଅନ୍ୟ ଗାଡି ଧକ୍କା ହୋଇଛି । ଫଳରେ ୯ ଜଣଙ୍କର ଜୀବନ ଚାଲିଯାଇଛି । ଅନେକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା କରକ ଜିଲ୍ଲାର ଅମ୍ବେରୀ କଲ୍ଲେ ଛକରେ ହୋଇଛି । ଦୁର୍ଘଟଣାରେ ଗୋଟିଏ ଗାଡି ଯାତ୍ରୀବାହୀ ବସ୍ ସହିତ ଧକ୍କା ହୋଇଛି ।

ବସରେ କେତେ ଯାତ୍ରୀ ଥିଲେ, ତାହା ଏଯାଏଁ ଜଣାପଡିନାହିଁ । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲକୁ ପଠାଇଛି । ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଅଲ୍ଲୀ ଅମିନ ଗଣ୍ଡାପୁର ଦୁର୍ଘଟଣାରେ ୯ ଯାତ୍ରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ସମସ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications