ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ଲଢ଼ିବେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି । ମଙ୍ଗଳାବାର ଦିନ ୫୧ ବର୍ଷୀୟ ନିକ୍କି ହାଲି ଏକ ଭିଡିଓ ବାର୍ତ୍ତା ସେୟାର କରି ଏନେଇ ସୂଚନା ଦେଇଛନ୍ତି ।

Nikki Haley

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ । ପୂର୍ବରୁ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିସାରିଥିବା ଭାରତୀୟ ବଂଶୋଦ୍ଭବ ଏବଂ ରିପବ୍ଲିକାନ ପାର୍ଟିର ନେତା ନକ୍କି ହାଲି ୨୦୨୪ ନିର୍ବାଚନ ଲଢିବେ । ନିଜେ ନକ୍କି ହାଲି ଏନେଇ ଘୋଷଣା କରିବା ପରେ ସୃଷ୍ଟି ହୋଇଛି ଦ୍ୱନ୍ଦ । କାରଣ ପୂର୍ବରୁ ରିପବ୍ଲିକାନ ପାର୍ଟି ତରଫରୁ ଡୋନାଲ୍ଡ ଟ୍ରମ୍ଫ ମଧ୍ୟ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ହେବା ପାଇଁ ଯାଉଛି କଡା ଟକ୍କର ।

ନିକ୍କି ହାଲି ଭିଡିଓ ବାର୍ତ୍ତା ସେୟାର କରି ଦେଇଛନ୍ତି ସୂଚନା

ମଙ୍ଗଳାବାର ଦିନ ୫୧ ବର୍ଷିୟ ନିକ୍କି ହାଲି ଏକ ଭିଡିଓ ବାର୍ତ୍ତା ସେୟାର କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଆସନ୍ତା ବର୍ଷ ଅନୁଷ୍ଠିତ ହେବା ପାଇଁ ଥିବା ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହେବା ପାଇଁ ଯାଉଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ପୀଢିଙ୍କର ସମୟ ତେଣୁ ନୂଆ ନେତୃତ୍ୱ ନେବାର ସମୟ ଆସିଛି, ଦେଶର ସୁରକ୍ଷା, ଗୌରବ ଏବଂ ଉଦ୍ଦେଶ୍ୟକୁ ମଜବୁତ କରିବା ପାଇଁ ଉଦ୍ୟମ କରିବା ପାଇଁ ପଡିବ । ସୂଚନା ଏହା ମଧ୍ୟ ରହିଛି ଯେ, ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ଘୋଷଣା କରି ପାରନ୍ତି ନିକ୍କି ।

ନିକ୍କିଙ୍କ ପିତା-ମାତା ଅମୃତସରର ମୂଳ ବାସିନ୍ଦା

ସୂଚନଥାଉ ଯେ, ନିକ୍କିଙ୍କ ପିତା-ମାତା ଅମୃତସରର ମୂଳ ବାସିନ୍ଦା । ସମୟକ୍ରମେ ସେମାନେ ଚାଲିଯିବା ସହ ପରବର୍ତ୍ତୀ ସମୟରେ ସେମାନେ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ମିଳିତ ଜାତିସଂଙ୍ଘର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବା ପରେ ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନିକ୍କି । ତେବେ ୨୦୨୪ ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+