For Quick Alerts
Turn On Notification  
For Daily Alerts
Oneindia App Download

ନାଇଜେରିଆରେ ସ୍କୁଲ ଉପରେ ଆତଙ୍କବାଦୀ ଆକ୍ରମଣ, 300 ଛାତ୍ରୀଙ୍କୁ ଅପହରଣ

ନାଇଜେରିଆର ଉତ୍ତର-ପଶ୍ଚିମ ଅଞ୍ଚଳର ଜାମଫ୍ରା ପ୍ରଦେଶର ଏକ ବିଦ୍ୟାଳୟରେ ଆତଙ୍କବାଦୀମାନେ 300 ବାଳିକାଙ୍କୁ ଅପହରଣ କରି ନେଇଛନ୍ତି ।

|

ଆବୁଜା : ନାଇଜେରିଆର ଉତ୍ତର-ପଶ୍ଚିମ ଅଞ୍ଚଳର ଜାମଫ୍ରା ପ୍ରଦେଶର ଏକ ବିଦ୍ୟାଳୟରେ ଆତଙ୍କବାଦୀମାନେ 300 ବାଳିକାଙ୍କୁ ଅପହରଣ କରି ନେଇଛନ୍ତି । ପୋଲିସର ସୂଚନାନୁସାରେ, ଗୋଟିଏ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଅପହରଣର ଏହା ହେଉଛି ଦ୍ୱିତୀୟ ଘଟଣା ।

Terrorist

ପଶ୍ଚିମ ଆଫ୍ରିକୀୟ ଦେଶରେ ସ୍କୁଲ ଅପହରଣ ଘଟଣା ଜିହାଦୀ ସଂଗଠନ ବୋକୋ ହରମ ଏବଂ ଇସଲାମିକ୍ ଷ୍ଟେଟ୍ ଦ୍ୱାରା ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନୀୟ ଉଗ୍ରବାଦୀ ଦଳ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ଅପହରଣ କରିଥିବା ଏହି ସଶସ୍ତ୍ର ଗୋଷ୍ଠୀ ବିଷୟରେ ଏପର୍ଯ୍ୟନ୍ତ ଜଣା ନାହିଁ । ଏହି ଗୋଷ୍ଠୀମାନେ ଅପହରଣ ବଦଳରେ ସରକାରଙ୍କଠାରୁ ଟଙ୍କା ଦାବି କରିଛନ୍ତି । ଏହି ଗୋଷ୍ଠୀ ସହିତ ସରକାରୀ ଏବଂ ସାମରିକ ବାହିନୀର ସମାଧାନ ନହେବା କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରୋଧ ବଢୁଛି ।

ରାତି 1ଟା ବେଳେ ହୋଇଛି ଆକ୍ରମଣ

ଜାମଫ୍ରା ପ୍ରାଦେଶିକ ପୋଲିସ ସୂଚନା ଅନୁସାରେ, ସଶସ୍ତ୍ର ଗୋଷ୍ଠୀ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି । ବାଳିକାମାନଙ୍କୁ ଉଦ୍ଧାର କରିବା ଏବଂ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ସହିତ ପୋଲିସ ଅଭିଯାନ ଆରମ୍ଭ କରିଛି । ଜାମଫ୍ରାର ସୂଚନା କମିଶନର ସୁଲେମାନ ତନଉ ଅଙ୍କା ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଆକ୍ରମଣ ରାତି ପ୍ରାୟ 1ଟା ବେଳେ କରାଯାଇଥିଲା । ଆକ୍ରମଣକାରୀମାନେ ବିଦ୍ୟାଳୟରେ ପହଞ୍ଚି ଗୁଳି ଚଳାଇଥିଲେ । ସୂଚନାନୁସାରେ, ଆତଙ୍କବାଦୀମାନେ ଗାଡିରେ ଆସି ପିଲାମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ଅଧିକ ସଂଖ୍ୟକ ପିଲା ହେବାରୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଚଲାଇ ଚଲାଇ ମଧ୍ୟ ନେଇଥିଲେ ।

ତିନି ମାସ ମଧ୍ୟରେ ତୃତୀୟ ଘଟଣା

ଗତ ବର୍ଷ ଡିସେମ୍ବରରୁ ଏହି ଅଞ୍ଚଳରେ ଏହା ଅପହରଣର ତୃତୀୟ ଘଟଣା । ଡିସେମ୍ବରରେ ମଧ୍ୟ 300 ସ୍କୁଲ ପିଲାଙ୍କୁ ମଧ୍ୟ ଅପହରଣ କରାଯାଇଥିଲା । ପରେ ସରକାର ଏବଂ ଅପହରଣକାରୀଙ୍କ ସହ ଆଲୋଚନା ପରେ ଏହି ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା । ଅଧିକାରୀମାନେ କହିଛନ୍ତି ଯେ ଏହି ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଅପହରଣକାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଉଛନ୍ତି । ଯେଉଁଥିପାଇଁ ଅପହରଣ ଘଟଣା ବଢିବାରେ ଲାଗିଛି । ତେବେ ପିଲାମାନଙ୍କୁ ମୁକ୍ତ କରିବା ବଦଳରେ ସରକାର କୌଣସି ପ୍ରକାରର ରାଶି ଦେବାକୁ ମନା କରି ଦେଇଛନ୍ତି ।

ନାଇଜେରିଆରେ ବଢୁଛି ହିଂସା

ନାଇଜେରିଆରେ ବଢୁଥିବା ହିଂସା ଘଟଣାକୁ ନେଇ ରାଷ୍ଟ୍ରପତି ମହମ୍ମଦ ବୁହାରୀ ଏହି ମାସରେ ସେନା ମୁଖ୍ୟଙ୍କୁ ପଦରୁ ହଟାଇ ଦେଇଛନ୍ତି । ସେ ଦୀର୍ଘ ସମୟ ଧରି ଏହି ପଦରେ ଥିଲେ । ଦେଶର ଉତ୍ତର ପୂର୍ବ ଭାଗରେ, ସେନା ବିଦ୍ରୋହୀଙ୍କ ଅଧିକୃତ ଅଞ୍ଚଳରେ ଜିତିବା ଲଢେଇ କରୁଛି ।

ଗତ ସପ୍ତାହରେ ପଡୋଶୀ ଦେଶ ନୀଜରରେ ଉଗ୍ରବାଦୀମାନେ ରାତିରେ ଏକ ବୋର୍ଡିଂ ସ୍କୁଲ ଉପରେ ଆକ୍ରମଣ କରି 42 ଜଣଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ହୋଇଥିବା ଲୋକଙ୍କ ମଧ୍ୟରେ 27 ଜଣ ଛାତ୍ର ଥିଲେ। ସେମାନଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Nigeria: 300 School Students Kidnapped By Militant Group.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X