ଭାରତୀୟ ବୈଜ୍ଞାନିକ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ ଦେଲେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କିଏ ଜୟ

ଟ୍ରମ୍ପଙ୍କ ସରକାରରେ ହେଲା ଆଉ ଜଣେ ଭାରତୀୟଙ୍କ ଏଣ୍ଟ୍ରି। ଭାରତୀୟ ବୈଜ୍ଞାନିକ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ ଦେଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ବା ଏନଆଇଏଏଚର ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଏନଆଇଏଚ ହେଉଛି ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ଏବଂ ପାଣ୍ଠି ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ।

Jay Bhattacharya

ଜୟ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ପ୍ରଥମ ଭାରତୀୟ, ଯିଏକି ଟ୍ରମ୍ପ ୨.୦ ସରକାରରେ ସର୍ବୋଚ୍ଚ ପ୍ରଶାସନିକ ପଦ ପାଇଁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଟେସଲା କମ୍ପାନୀ ମାଲିକ ଏଲୋନ୍ ମସ୍କଙ୍କ ସହ ସରକାରୀ ଦକ୍ଷତା ବିଭାଗର ନେତୃତ୍ୱ ନେବାକୁ ଭାରତୀୟ-ଆମେରିକୀୟ ବିବେକ ରାମସ୍ୱାମୀଙ୍କୁ ବାଛିଥିଲେ। ଅବଶ୍ୟ, ଏହା ଏକ ସ୍ୱେଚ୍ଛାକୃତ ପଦବୀ। ଏଥିପାଇଁ ଆମେରିକା ସିନେଟ୍ ଦ୍ୱାରା ମଞ୍ଜୁରୀ ଆବଶ୍ୟକତା ନାହିଁ। ଏହାର ଅର୍ଥ ଏହି ବିଭାଗ ଟ୍ରମ୍ପଙ୍କ କ୍ୟାବିନେଟ ସହିତ ସିଧାସଳଖ ସଂଯୁକ୍ତ ନୁହେଁ ଏବଂ ଏହା ସରକାର ବାହାରେ କାମ କରିବ।

ଟ୍ରମ୍ପଙ୍କ ଟିମରେ ଭାରତୀୟଙ୍କ ଏଣ୍ଟ୍ରି!

୫୬ ବର୍ଷୀୟ ଜୟ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ କୋଲକାତା ଜନ୍ମିତ
୧୯୯୦ରେ ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ଉଚ୍ଚଶିକ୍ଷା
ଡକ୍ଟର ଅଫ୍ ମେଡିସିନ୍ ମାଷ୍ଟରଡିଗ୍ରୀ ଡିଗ୍ରୀ
୨୦୦୦ ମସିହାରେ ଅର୍ଥନୀତିରେ ପିଏଚଡି
ବର୍ତ୍ତମାନ ସେ ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ହେଲ୍ଥ ପଲିସିର ପ୍ରଫେସର ଅଛନ୍ତି
ନ୍ୟାସନାଲ ବ୍ୟୁରୋ ଅଫ୍ ଇକୋନୋମିକ୍ ରିସର୍ଚ୍ଚର ଜଣେ ସହଯୋଗୀ
ଲକ୍‌ଡାଉନ୍‌ ଓ ମାସ୍କ ନୀତିକୁ ଜୟ ଭଟ୍ଟାଚାର୍ଯ୍ୟ ଦୃଢ଼ ବିରୋଧ କରିଥିଲେ
ଏଭଳି ମତ ପାଇଁ ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+