ଖୁଆଇ ଖୁଆଇ ମାରିଦେଲେ କୁକୁରକୁ, ଏବେ ମାଲିକ ୨ ମାସ ରହିବେ ଜେଲରେ!
ନ୍ୟିୁଜିଲ୍ୟାଣ୍ଡରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ କୁକୁରକୁ ଖୁଆଇ ଖୁଆଇ ମାରିଦେଇଥିବା ଖବର ସାମ୍ନାକୁ ଆସିଛି । ଯେଉଁ କାରଣରୁ ତାଙ୍କ ବର୍ତ୍ତମାନ ୨ ମାସ ଜେଲ ଦଣ୍ଡ ମଧ୍ୟ ହୋଇଛି । ସୁଚନାନୁସାରେ ନ୍ୟିୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ଜଣେ ମହିଳା ନିଜ କୁକୁରକୁ ଖୁଆଇ ଖୁଆଇ ମାରିଦେଇଛନ୍ତି । ଅତ୍ୟଧିକ ଖାଇବା କାରଣରୁ କୁକୁରର ମୃତ୍ୟୁ ହୋଇଥିଲା ।
ଏବେ କୋର୍ଟ ମହିଳାଙ୍କୁ ୨ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । କୁହାଯାଉଛି ଯେ କୁକୁରର ଓଜନ ୫୪ କିଲୋଗ୍ରାମ ହୋଇଯାଇଥିଲା ଓ ଏହି କାରଣରୁ କୁକୁର ଚାଲିବା କଷ୍ଟକର ହୋଇପଡିଥିଲା । ମହିଳା ଜଣକ ଦାୟିତ୍ୱହୀନ ହୋଇ କୁକୁରକୁ ଖାଇବାକୁ ଦେଉଥିଲେ । କୁକୁରଟି ମୋଟା ହେବାକୁ ଲାଗିଲା । କୁକରଟି ଏତେ ମୋଟା ହୋଇଯାଇଥିଲା ଯେ ୧୦ ମିଟର ମଧ୍ୟ ଚାଲି ପାରୁ ନଥିଲା ।

ଟିକେ ଚାଲିଲେ ସେ ଧଇଁସଇଁ ହୋଇଯାଉଥିଲା ଓ ନିଃଶ୍ୱାସ ନେବାକୁ ଅଟକି ଯାଉଥିଲା । ବହୁତ ମୋଟା ହୋଇଯାଇଥିବାରୁ ତା' ଗୋଡ଼ ଚାରୋଟି ମଧ୍ୟ ଭଲ ଭାବେ ଦୃଶ୍ୟମାନ ହେଉ ନଥିଲା । କୁକୁରକୁ ତା' ମାଲିକାଣୀ ପ୍ରତିଦିନ ୧୦ ପିସ୍ ଚିକେନ୍ ଖାଇବାକୁ ଦେଉଥିଲେ । ତା'ସହିତ କୁକୁରଙ୍କ ପାଇଁ ଉପଲବ୍ଧ ବିସ୍କୁଟ୍ ଓ ଅନ୍ୟାନ୍ୟ ଖାଦ୍ୟ କୁକରକୁ ଦେଉଥିଲେ ।
ଯେଉଁଥିପାଇଁ ତାର ଓଜନ ବଢ଼ିବାରେ ଲାଗିଥିଲା ଓ କୁକୁରଟି ଚଳପ୍ରଚଳ କରିବାରେ ଅସମର୍ଥ ହୋଇଯାଇଥିଲା । ଯେଉଁଥିପାଇଁ ତାର ମୃତ୍ୟୁ ହୋଇଥିଲା । ଆଉ ଏଥିପାଇଁ କୁକୁରର ମାଲିକାଣୀଙ୍କୁ ଦାୟୀ କରାଯାଇଥିଲା । କୋର୍ଟରେ ମଧ୍ୟ ଏହା ପ୍ରମାଣିତ ହୋଇଥିଲା । ତେଣୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ମାସ ଜେଲ୍ ଦଣ୍ଡାଦେଶ ଦେବା ସହିତ ଜୋରିମାନା ପକାଇଛନ୍ତି ।












Click it and Unblock the Notifications