ଏଣିକି ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ବ୍ୟାନ୍ ହେଲା ସୋସିଆଲ ମିଡିଆ
ନ୍ୟୁଜିଲାଣ୍ଡରେ ୧୬ବର୍ଷରୁ କମ୍ ପିଲାମାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିବା ଲାଗି ବିଧେୟକ ଆଗତ କରାଯାଇଛି । ଅଷ୍ଟ୍ରେଲିଆରେ ଡିଜିଟାଲ ପ୍ଲାଟଫର୍ମ ସମ୍ପର୍କିତ ନିୟମାବଳୀକୁ ଦୃଢ଼ କରାଯାଇ ସାମାଜିକ ଗଣମାଧ୍ୟମ ବ୍ୟବହାର କ୍ଷେତ୍ରରେ ପ୍ରତିବନ୍ଧକ ଲାଗୁ କରାଯିବା ପରେ ନ୍ୟୁଜିଲାଣ୍ଡର ନ୍ୟାସନାଲ ପାର୍ଟିର ସାଂସଦ କାଥରିନ୍ ୱେଡ୍ ଏହି ବିଧେୟକ ଆଗତ କରିଛନ୍ତି ।

ଏଥିରେ ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ବ୍ୟବହାରକାରୀଙ୍କ ବୟସ ଯାଞ୍ଚ ବ୍ୟବସ୍ଥା ଲାଗୁ କରିବା ନେଇ ପ୍ରକ୍ରିୟା ରହିଛି, ଯାହାଫଳରେ ନାବାଳକମାନେ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟ ଖୋଲିପାରିବେ ନାହିଁ । ଏଥିରେ ବ୍ୟତିକ୍ରମ ଘଟିଲେ କଠୋର ଦଣ୍ଡବ୍ୟବସ୍ଥା ପାଇଁ ମଧ୍ୟ ବିଧେୟକରେ ବ୍ୟବସ୍ଥା ରହିଛି ।












Click it and Unblock the Notifications