ଚୀନରେ କାୟା ବିସ୍ତାର କରୁଛି Mpox'ର ନୂଆ ଷ୍ଟ୍ରେନ୍
HMPV Virus: HMPV ଭାଇରସକୁ ଚୀନରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାରି ମଧ୍ୟରେ ମୁଣ୍ତ ଟେକିଲାଣି ଆଉ ଏକ ଭାଇରସ । ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ସୂଚନା ଦେଇ କହିଛନ୍ତି ଯେ, Mpoxର ଆଉ ଏକ ନୂଆ ଷ୍ଟ୍ରେନ୍ ଆଇବି ଚିହ୍ନଟ ହୋଇଛି । ଗତବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିଶ୍ୱସ୍ତରୀୟ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରାଯିବା ପରେ ଏହି ଭୂତାଣୁ ସଂକ୍ରମଣ ଅନେକ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି।
ରଏଟର୍ସର ରିପୋର୍ଟ ଅନୁଯାୟୀ, ଚୀନର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର କହିଛି ଯେ କଙ୍ଗୋ ସମେତ କିଛି ଆଫ୍ରିକୀୟ ଦେଶରେ ମଙ୍କିପକ୍ସର ଭ୍ୟାରିଏଣ୍ଟ 1B ପୂର୍ବରୁ ରହିଛି । ପ୍ରଥମେ ଜଣେ ବିଦେଶୀ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଥିଲେ ଯାହା ପରେ ଆହୁରି ନୂଆ ଚାରିଟି ମାମଲା ଚିହ୍ନଟ ହୋଇଥିଲା ।

ଜାତୀୟ ସ୍ୱାସ୍ଥ୍ୟ କମିଶନ କହିଛନ୍ତି ଯେ ମଙ୍କିପକ୍ସର ଏହି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହେବା ପରେ ଭିଡ଼କୁ ରୋକିବା ପାଇଁ ପଦକ୍ଷେପ ନିଆଯିହ । ଅଫିସ, ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି ।
ମଙ୍କିପକ୍ସ ଲକ୍ଷଣ
ମଙ୍କିପକ୍ସ ଲକ୍ଷଣଗୁଡ଼ିକ ସ୍ମଲପକ୍ସ ଲକ୍ଷଣ ସହିତ ସମାନ । କିନ୍ତୁ ଏହି ରୋଗ ଅଧିକ ମାରାତ୍ମକ । ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା, ବେକ, କାଖ, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଏବଂ ଥକାପଣ ଆଦି ଅନ୍ତର୍ଭୁକ୍ତ। ପ୍ରଥମେ ରୋଗୀର ମୁହଁରେ କିଛି ଲାଲ ରଙ୍ଗର ମିଳିମିଳା ଭଳି ଫଳିଯିବା ଭଳି ଦେଖାଯାଏ ଏବଂ ତା'ପରେ ଶରୀରର ଅନ୍ୟ ଅଂଶକୁ ଏହା ଧିରେ ଧିରେ ବ୍ୟାପିଥାଏ












Click it and Unblock the Notifications