For Quick Alerts
Turn On Notification  
For Daily Alerts
Oneindia App Download

coronavirus new strain : ବ୍ରିଟେନ-ଦକ୍ଷିଣ ଆଫ୍ରିକା ପରେ, ନାଇଜେରିଆରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍

ନିକଟରେ ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଏକ ନୂତନ କରୋନାଭାଇରସ୍ ଷ୍ଟ୍ରେନ୍ ଦେଖିବାକୁ ମିଳିଛି | ଏହା ପରେ ନାଇଜେରିଆରେ କରୋନାର ଏକ ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି |

|

ନୂଆଦିଲ୍ଲୀ : କରୋନା ଭାଇରସ ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ହୋଇପଡିଛି | ନିକଟରେ ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଏକ ନୂତନ କରୋନାଭାଇରସ୍ ଷ୍ଟ୍ରେନ୍ ଦେଖିବାକୁ ମିଳିଛି | ଏହା ପରେ ନାଇଜେରିଆରେ କରୋନାର ଏକ ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି | ତେବେ ନାଇଜେରିଆର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଏ ବାବଦରେ ବିସ୍ତୃତ ଅନୁସନ୍ଧାନ କରାଯିବା ଆବଶ୍ୟକ | ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ରହିଛି |

ଆଫ୍ରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣର ମୁଖ୍ୟ ଜନ୍ କଙ୍ଗାସୋଙ୍ଗ କହିଛନ୍ତି, ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ମିଳୁଥିବା ଷ୍ଟ୍ରେନ୍ ଠାରୁ ଏହି ଜୀବାଣୁ ଭିନ୍ନ | ନାଇଜେରିଆ ସିଡିସି ଏବଂ ଆଫ୍ରିକୀୟ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଜେନୋମିକ୍ ଅଫ୍ ଇନଫେସିୟସ୍ ମିଳିତ ଭାବେ ଏହାର ନମୁନା ପରୀକ୍ଷା କରୁଛନ୍ତି | ଏନେଇ ହଠାତ୍ କୌଣସି ତଥ୍ୟ ରଖିବା ଉଚିତ୍ ନୁହଁ, କିଛି ସମୟ ମଧ୍ୟରେ ଏହାର ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି |

corona-virus

ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ମିଳୁଥିବା ନୂତନ ଷ୍ଟ୍ରେନ୍ ଗୁଡ଼ିକୁ ଦୃଷ୍ଟିରେ ରଖି ଏହା ଚେତାବନୀ ଦେବା ପାଇଁ ଯଥେଷ୍ଟ | ଏନେଇ ଆଫ୍ରିକା ସିଡିସି ଏହି ସପ୍ତାହରେ ଏକ ଜରୁରୀ ବୈଠକ ଡାକିଛି | ଆଫ୍ରିକୀୟ ମହାଦେଶରେ ପୁନଃସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଏହି ଖବର ସାମ୍ନାକୁ ଆସିଛି | ଦକ୍ଷିଣ ଆଫ୍ରିକାରେ ମିଳିଥିବା ଷ୍ଟ୍ରେନ୍ ପରି ଏହି ଷ୍ଟ୍ରେନ୍ ମାରାତ୍ମକ ହୋଇପାରେ ବୋଲି କଙ୍ଗାସୋଙ୍ଗ ସତର୍କ କରାଇଛନ୍ତି |

ଅଗଷ୍ଟ 3ରେ ଦୁଇଜଣ ରୋଗୀଙ୍କ ଠାରୁ ସଂଗୃହ କରାଯାଇଥିବା ନମୁନାରେ କରୋନାର ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଥିଲା | ସେମାନଙ୍କୁ ଅକ୍ଟୋବର 9ରେ ନାଇଜେରିଆର ଓସୁନ୍ ରାଜ୍ୟକୁ ନିଆଯାଇଥିଲା | ବର୍ତ୍ତମାନ ନାଇଜେରିଆରେ 80,000 ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି | ଏହା ଆହୁରି ମାରାତ୍ମକ ରୋଗର ଆଶଙ୍କା ସୃଷ୍ଟି କରିପାରେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଆଫ୍ରିକୀୟ ମହାଦେଶରେ ଏପର୍ଯ୍ୟନ୍ତ 25ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିସାରିଛି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
After Uk-South Africa new strain of Coronavirus detected in Nigeria.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X