ଇସ୍ରାଏଲରେ ବ୍ୟାନ୍ ହେଲା Al Jazeera

ନୂଆଦିଲ୍ଲୀ: ଗାଜା ଉପରେ ଭୟଙ୍କର ଆକ୍ରମଣ ଚାଲିଥିବା ବେଳେ ଇସ୍ରାଏଲ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି । ସେ କତାରର ଗ୍ଲୋବାଲ ନ୍ୟୁଜ ଚ୍ୟାନେଲ ଅଲ ଜଜିରାର ସ୍ଥାନୀୟ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଲ ଜଜିରାକୁ ଏକ ଉତ୍ତେଜକ ଚ୍ୟାନେଲ ବୋଲି କହିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ସର୍ବସମ୍ମତିକ୍ରମେ ଅଲ-ଜଜିରା ନ୍ୟୁଜର କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇସ୍ରାଏଲ୍ ସରକାର ଭୋଟିଂ ଜରିଆରେ ଏହି ନିଷ୍ପତ୍ତି ନେଇଛନ୍ତି ।

Benjamin Netanyahu

ଅଲ୍‌-ଜଜିରା ନ୍ୟୁଜ୍ ଚ୍ୟାନେଲ୍ କତର ରାଜପରିବାରର ମାଲିକାନାରେ ରହିଛି । ଏହାର ଅଫିସ ଇସ୍ରାଏଲ ଓ ଗାଜାରେ ରହିଛି । ତେବେ ଏହି ଚ୍ୟାନେଲର କାର୍ଯ୍ୟାଳୟ ସ୍ଥାୟୀ ଭାବେ ବନ୍ଦ ହେଉଛି ନା ଏହା କିଛି ମାତ୍ରାରେ କେବଳ କିଛି ମାତ୍ରାରେ ବନ୍ଦ ରହିଛି ସେ ନେଇ ନେତାନ୍ୟାହୁ କୌଣସି ସୂଚନା ଦେଇନାହାନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟରରେ ଲେଖୁଛନ୍ତି ଯେ ସରକାର ସର୍ବସମ୍ମତି କ୍ରମେ ଇସ୍ରାଏଲରେ ଉତ୍ତେଜକ ନ୍ୟୁଜ୍ ଚ୍ୟାନେଲ ଅଲ ଜଳିରା ବନ୍ଦ ରହିବ

ଏହାପୂର୍ବରୁ ରବିବାର ଦିନ ବେଞ୍ଜାମିନ୍ ନେତାନ୍ୟାହୁ ଇସ୍ରାଏଲର ବନ୍ଧକ ବଦଳରେ ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଏହା ଇସଲାମ ଗୋଷ୍ଠୀକୁ ପାଲେଷ୍ଟାଇନରେ କ୍ଷମତାରେ ରଖିବ ଯାହା ଦେଶ ପାଇଁ ବିପଦ ସୃଷ୍ଟି କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+