ସୁଶୀଳା କାର୍କୀ ହେଲେ ନେପାଳର ଅନ୍ତରୀଣ ନେତ୍ରୀ
ନେପାଳର ଯୁବ ପିଢ଼ି ଜେନ୍ ଜି'ର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ୱ ପାଇଁ ପସନ୍ଦ କରିଛନ୍ତି। ବୁଧବାର ଏକ ଭର୍ଚ୍ଚୁଆଲ ବୈଠକରେ ୫,୦୦୦ରୁ ଅଧିକ ଲୋକ ଯୋଗ ଦେଇ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ଯୁବମାନେ ରାଜନୈତିକ ସଙ୍କଟରେ ନେପାଳର ମଧ୍ୟବର୍ତ୍ତୀ ନେତୃତ୍ୱ ପାଇଁ କାର୍କୀଙ୍କୁ ଆଦର୍ଶ ବ୍ୟକ୍ତି ଭାବେ ଚିହ୍ନିଛନ୍ତି, ଯାହା ଦେଶରେ ନୂତନ ରାଜନୈତିକ ପରିବର୍ତ୍ତନର ସୂଚନା ଦେଉଛି।
ବୈଠକରେ କାଠମାଣ୍ଡୁର ମେୟର ବାଲେନ୍ଦର ଶାହ ଓ ଯୁବନେତା ସାଗର ଢକାଲଙ୍କ ନାମ ବି ଉଠିଥିଲା । ହେଲେ କାର୍କିଙ୍କ ନାମରେ ସହମତି ପ୍ରକାଶ ପାଇଛି । ଏହା ପୂର୍ବରୁ ସେନା ମୁଖ୍ୟ ଜେନରାଲ ଅଶୋକ ରାଜ ସିଗଦଲ ଜେନ-ଜିକୁ କିଛି ରାଜନୈତିକ ଦଳର ନେତାମାନଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ହେଲେ ଜେନ-ଜି ସମୁହ ଏହାକୁ ଖାରଜ କରିଦେଇଥିଲେ ।

ଏହା ଭିତରେ କାଠମାଣ୍ଡୁରେ କର୍ଫ୍ୟୁ ଜାରି ରହିଛି । ସେନା ତରଫରୁ ପୂରା କାଠମାଣ୍ଡୁରେ ପହରା ଦିଆଯାଉଛି । ସଂସଦ ଭବନ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ଉପରେ ଆକ୍ରମଣ ପରେ ରାସ୍ତାରେ କେବଳ ସୁରକ୍ଷାବଳ ଦେଖାଯାଉଛନ୍ତି । ଏହି ମାମଲାରେ ୨୭ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ସେନାର କହିବା କଥା କିଛି ଅସାମାଜିକ ଲୋକ ଏହି ମାହୋଲର ଫାଇଦା ଉଠାଇ ସାର୍ବଜନିକ ସମ୍ପତ୍ତି ଲୁଟ କରୁଛନ୍ତି ।












Click it and Unblock the Notifications