ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇ ଅକଳରେ ନେପାଳ ସରକାର, ସଂସଦ ଭିତରେ ପଶିଲେ ବିକ୍ଷୋଭକାରୀ

ନେପାଳରେ ସୋସିଆଲ ମିଡିଆ ବ୍ୟାନ ନିଷ୍ପତ୍ତିକୁ ତୀବ୍ର ବିରୋଧ । କାଠମାଣ୍ଡୁରେ ଏକାଠି ହେଲେ ହଜାର ହଜାର ଯୁବଗୋଷ୍ଠୀ । ନେପାଳ ସଂସଦ ବାହାରେ ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ୟୁଟ୍ୟୁବ, ହ୍ୱାଟସଆପ, ମେଟା, ଏକ୍ସ ଭଳି ୨୬ଟି ପ୍ଲାଟଫର୍ମରେ ବନ୍ଦ କରିଛନ୍ତି ସରକାର ।

nepal

ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳରେ ତୀବ୍ର ହେଉଛି ବିରୋଧ। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ଜେନ୍ ଜିଙ୍କ ଆରମ୍ଭ ହୋଇଛି ବିପ୍ଲବ। ରାଜଧାନୀ କାଠମାଣ୍ଡୁରେ ଏକାଠି ହୋଇଛନ୍ତି ହଜାର ହଜାର ଯୁବପୀଢି। ଓଲି ସରକାରଙ୍କ ଦୁର୍ନୀତିକୁ ବିରୋଧ କରି ସଂସଦ ଭବନ ଭିତରେ ପଶିଥିଲେ ବିକ୍ଷୋଭକାରୀ। ସ୍ଥିତି ନିୟନ୍ତ୍ରଣରେ ଆଣିବାକୁ ପୋଲିସ ଲାଠିଚାର୍ଜ ସହ ଲୁହ ବୁହା ଗ୍ୟାସ୍ ମାଡ଼ କରିଥିଲା। ନିକଟରେ ନେପାଳ ସରକାର ଦେଶରେ ଫେସବୁକ୍, ଟ୍ବିଟର ଓ ୟୁଟ୍ୟୁବ୍‌ ଭଳି ୨୬ ସୋସିଆଲ ମିଡିଆ ଆପ୍ସ ଉପରେ ବ୍ୟାନ୍ ଲଗାଇ ଦେଇଛି। ଏହାକୁ ନେଇ ଦେଶରେ ଆରମ୍ଭ ହୋଇଛି ତୀବ୍ର ବିରୋଧ।

ସରକାରଙ୍କ କହିବା ଅନୁସାରେ ସୋସିଆଲ ମିଡିଆ ଉପରେ ଲାଗିଥିବା ବ୍ୟାନ୍ ସେତେବେଳେ ହଟିବ, ଯେତେବେଳେ ଏହି କମ୍ପାନୀ ନେପାଳରେ ନିଜର ଅଫିସ ଖୋଲିବେ। ସରକାରଙ୍କ ନିକଟରେ ପଞ୍ଜିକରଣ କରିବେ ଓ ସମସ୍ୟା ରୋକିବା ପାଇଁ ସିଷ୍ଟମ ତିଆରି କରିବେ। ନେପାଳରେ ବର୍ତ୍ତମାନ କେବଳ ଟିକଟକ, ଭାଇବର, ନିମ୍ବଜ, ଭିଟକ୍ ଓ ପୋପୋ ଲାଇଭ ହିଁ ରେଜିଷ୍ଟ୍ରେସନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+