ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ ସୀତା ଦହଲଙ୍କ ଦେହାନ୍ତ,ଦୁଃଖ ପ୍ରକାଶ କଲେ ମୋଦି

Nepal PM Wife Passes Away: ନେପାଳର ପ୍ରଥମ ମହିଳା ତଥା ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ପତ୍ନୀ ସୀତା ଦହଲଙ୍କ ଦେହାନ୍ତ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ନରଭିକ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ, ସେ ଏକ ବିରଳ ସ୍ନାୟୁଗତ ରୋଗରେ ପୀଡିତ ଥିଲେ ।

ଖବର ଅନୁସାରେ, ସକାଳ ୮ ଟାରେ ସୀତା ଦହଲ ହୃଦ୍‌ଘାତର ଶିକାର ହୋଇଥିଲେ ତାଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା ହେଲେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କର ଦେହାନ୍ତ ହୋଇଥିଲା । ସକାଳ 8.33ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ପୀଡିତ ଥିଲେ। ଦୀର୍ଘଦିନ ଧରି ସେ ଅନେକ ରୋଗରେ ପିଡୀତ ଥିଲେ ।

Sita Dahal

ପ୍ରଧାନମନ୍ତ୍ରୀ ମୋଦି ସୀତା ଦହଲଙ୍କ ନିଧନରେ ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୃତଦେହକୁ ପ୍ରଥମେ ନେପାଳ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରୀୟ କାର୍ଯ୍ୟାଳୟରେ ରଖାଯାଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+