ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା; ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ଦେଲେ ଇସ୍ତଫା
ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା। ଦେଶରେ ବ୍ୟାପକ ହିଂସାକାଣ୍ଡ ଭିତରେ ଦେଲେ ଇସ୍ତଫା । ନେପାଳ ପରିସ୍ଥିତି ଅଣାୟତ୍ତ । ଦେଶରେ ସୋସିଆଲ ମିଡିଆ ବ୍ୟାନକୁ ନେଇ ସମଗ୍ର ଦେଶ ଜଳୁଛି । ଦ୍ବିତୀୟ ଦିନ ପାଇଁ ସାରା ଦେଶରେ ହିଂସାକାଣ୍ଡ ଜାରି ।
ରାଜରାସ୍ତାରେ ହଜାର ହଜାର ଜେନ-ଜି ବିକ୍ଷୋଭକାରୀଙ୍କ ଟେକା ପଥରମାଡ଼ ସାଙ୍ଗକୁ ପୋଡ଼ାଜଳା । କର୍ଫ୍ୟୁକୁ ଅମାନ୍ୟ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସଂସଦ ଭବନ ଆଗରେ ଭାଙ୍ଗିଛନ୍ତି ବ୍ୟାରିକେଡ । ରାଷ୍ଟ୍ରପତିଙ୍କ ନିଜସ୍ବ ବାସଭବନକୁ ବିକ୍ଷୋଭକାରୀମାନେ କବଜାକୁ ନେଇଥିବା କୁହାଯାଉଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିଥିବା ସୂଚନା ମିଳିଛି । ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇବା ନେଇ ନେପାଳ ସରକାର ଘୋଷଣା କରିଥିଲେ ମଧ୍ୟ ଦ୍ବିତୀୟ ଦିନ ପାଇଁ ବିକ୍ଷୋଭ ଜାରି । ନେପାଳର ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ଘରକୁ ଜାଳି ଦେଇଛନ୍ତି ବିକ୍ଷୋଭକାରୀ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କ ଘରକୁ ମଧ୍ୟ ଜାଳି ଦେଇଛନ୍ତି । ୯ରୁ ଅଧିକ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
ଗୃହ, କୃଷି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ୯ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା କୁହାଯାଉଛି । ଆନ୍ଦୋଳନକାରୀମାନେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବରଖାସ୍ତ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଓଲି ଦେଶ ଛାଡ଼ି ଦୁବାଇ ପଳାଇବେ ବୋଲି ଚର୍ଚ୍ଚା ଚାଲିଛି । ଏସବୁ ଘଟଣାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀଙ୍କ ସହ ୩ କ୍ୟାବେିନେଟ୍ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ସ୍ଥିତି ନିୟନ୍ତ୍ରଣ ବାହାରେ ଥିବାବେଳେ ପ୍ରଦର୍ଶନକାରୀଙ୍କ ବିତ୍ପାଦକୁ ଦେଖି କାଠମାଣ୍ଡୁ ରାଜରାସ୍ତାରେ ବ୍ୟାପକ ସେନା ମୁତୟନ କରାଯାଇଛି । ଆଜି ସଂଧ୍ୟା ୬ଟାରେ ଓଲି ସର୍ବଦଳୀୟ ସାଂସଦଙ୍କ ବୈଠକ ଡାକିଛନ୍ତି । ବ୍ୟାପକ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି ।
ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜେନ-ଜି ବିକ୍ଷୋଭାକାରୀ । ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଛନ୍ତି । ସେପ୍ଟେମ୍ବର ୪ରେ ଫେସବୁକ୍, ୟୁଟ୍ୟୁବ, ଏକ୍ଦ ଭଳି ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର । ଏହାକୁ ପ୍ରତିବାଦ କରିଥିଲେ ଜେନ-ଜି । ପରେ ଉଗ୍ରରୂପ ନେଇଥିଲା ବିକ୍ଷୋଭ ।












Click it and Unblock the Notifications