ନେପାଳର ପୋଖରାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୭୨ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଭାରତୀୟ
ନେପାଳର ପୋଖରାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୭୨ ଜଣଙ୍କ ମୃତ୍ୟୁ
ନେପାଳ: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ୭୨ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ବିମାନ ବନ୍ଦର ବର୍ତ୍ତମାନ ବନ୍ଦ ରହିଛି । ନେପାଳ ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିଲା । ମୃତକଙ୍କ ମଧ୍ୟରେ ୫ ଜଣ ଭାରତୀୟ ଓ ୧୦ ଜଣ ବିଦେଶୀ ଯାତ୍ରୀ ଥିବା ଜଣାପଡିଛି ।

ପୁରୁଣା ବିମାନବନ୍ଦର ଏବଂ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟେତି ଏୟାରଲାଇନ୍ସ ବିମାନରେ ମୋଟ୍ ୬୮ ଯାତ୍ରୀ ଏବଂ ୪ ଜଣ କ୍ରୁ ମେମ୍ବର ଥିଲେ । ବିମାନଟି ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟରେ ଥିବା ନଦୀ ମଧ୍ୟକୁ ଚାଲିଯାଇଥିବା କୁହାଯାଉଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
#WATCH | A passenger aircraft crashed at Pokhara International Airport in Nepal today. 68 passengers and four crew members were onboard at the time of crash. Details awaited. pic.twitter.com/DBDbTtTxNc
— ANI (@ANI) January 15, 2023
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖରାପ ପାଗ ମଧ୍ୟରେ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଖରା ବିମାନବନ୍ଦରର ପାହାଡ ଦ୍ୱାରା ଘେରି ହୋଇ ରହିଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବିମାନଟି ରନୱେରେ ଖସିଯିବା ପରେ ନିଆଁ ଲାଗିଥିଲା ।

ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି
ସ୍ଥାନୀୟ ଅଧିକାରୀ ଗୁରୁଦତ୍ତ ଢକାଲଙ୍କ ସୂଚନା ଅନୁସାରେ, ଭୟଭଙ୍କର ନିଆଁ ଲାଗିଛି ଏବଂ ଉଦ୍ଧାର କର୍ମଚାରୀମାନେ ଏହାକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଗୁରୁଦତ୍ତ ଢକାଲ କହିଛନ୍ତି, ଉଦ୍ଧାରକାରୀ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି । ସମସ୍ତ ଏଜେନ୍ସି ପ୍ରଥମେ ନିଆଁ ଲିଭାଇବା ଏବଂ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।












Click it and Unblock the Notifications