ନେପାଳ ବିମାନ ଦୁର୍ଘଟଣା: ବର୍ତ୍ତମାନ ପର୍ଯ୍ୟନ୍ତ ୪୨ ଯାତ୍ରୀଙ୍କ ମୃତଦେହ ଉଦ୍ଧାର
ନେପାଳ ବିମାନ ଦୁର୍ଘଟଣା: ବର୍ତ୍ତମାନ ପର୍ଯ୍ୟନ୍ତ ୪୨ ଯାତ୍ରୀଙ୍କ ମୃତଦେହ ଉଦ୍ଧାର । ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ୍ ୭୨ ଜଣଙ୍କୁ ନେଇ ଯାଉଥିବା ବିମାନଟି ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
Nepal Plane Crash:ନେପାଳ ବିମାନ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟେତି ଏୟାରଲାଇନ୍ସ ବିମାନରେ ୫ ଜଣ ଭାରତୀୟ ଯାତ୍ରୀ ଥିବା ନେଇ ସୂଚନା ରହିଛି । ୬୮ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ୍ ୭୨ ଜଣଙ୍କୁ ନେଇ ଯାଉଥିବା ବିମାନଟି ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ ଅନୁଯାୟୀ, ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ସେପଟେ କାଠମାଣ୍ତୁ ବିମାନବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ପ୍ରଚଣ୍ତ ।
Nepal PM Pushpa Kamal Dahal 'Prachanda', along with Home Minister Rabi Lamichhane to arrive in Pokhara today, in wake of the aircraft crash at Pokhara airport.
A five-member committee has been formed to investigate the reasons for the crash.
Visuals from the spot. pic.twitter.com/nOi5mTh7cF
— ANI (@ANI) January 15, 2023
ବିମାନରେ ଥିବା ପାଞ୍ଚ ଜଣ ଭାରତୀୟଙ୍କ ବିଷୟରେ ସୂଚନା ମିଳିଛି । ବିମାନରେ ଥିବା ପାଞ୍ଚ ଜଣ ଭାରତୀୟଙ୍କ ନାମ ସଞ୍ଜୟ ଜେସୱାଲ, ସୋନୁ ଜେସୱାଲ, ଅନିଲ କୁମାର ରାଜଭାର, ଅଭିଷେକ କୁଶୱା ଏବଂ ବିଶାଲ ଶର୍ମା ।

#WATCH | A passenger aircraft crashed at Pokhara International Airport in Nepal today. 68 passengers and four crew members were onboard at the time of crash. Details awaited. pic.twitter.com/DBDbTtTxNc
— ANI (@ANI) January 15, 2023
ବିମାନରେ ୫ ଜଣ ଭାରତୀୟ, ୪ ଜଣ ଋଷର ନାଗରିକ, ଜଣେ Irish ଏବଂ ୨ ଜଣ କୋରିଆ ନାଗରିକ ଥିଲେ । ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିରହିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିମାନଟି ଖସିଯିବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ରିପୋର୍ଟ ଅନୁସାରେ ଏହା ୧୫ ବର୍ଷ ପୁରୁଣା ବିମାନ । ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAAN) ଅନୁଯାୟୀ, ୟେତି ଏୟାରଲାଇନ୍ସର ବିମାନ 9N-ANC-ATR-72 ସକାଳ ୧୦.୩୩ ରେ ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରୁ ବାହାରିଥିଲା ଏହା ପୋଖରା ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ପାଇଲଟ୍ ଏଟିସିରୁ ଅବତରଣ ଅନୁମତି ନେଇଥିଲେ। ପୋଖରା ଏଟିସିରୁ ଅବତରଣ ପାଇଁ ଓକେ ମଧ୍ୟ କୁହାଯାଇଥିଲା । ହେଲେ ଯାନ୍ତ୍ରୀକ ତ୍ରୁଟି ପାଇଁ ଦୁର୍ଘଟଣା ହୋଇଥାଇ ପାରେ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଅବତରଣ ପୂର୍ବରୁ ବିମାନରେ ନିଆଁ ଲାଗିଯାଇଥିଲା । ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications