ଗୃହଯୁଦ୍ଧ ନିଆଁରେ ଜଳୁଛି ନେପାଳ : ସେନା ହାତରେ ଶାସନ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

ଦୁଇଦିନ ହେଲାଣି ନେପାଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ସେନା ନିୟନ୍ତ୍ରଣରେ ନେପାଳ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବି ହିଂସାକାଣ୍ଡ ଜାରି ରହିଛି । ନେପାଳ ସ୍ଥଳସେନା ମୁଖ୍ୟ ଆଶୋକ ରାଜ ସିଙ୍ଗଦେଲ ଭିଡିଓ ବାର୍ତ୍ତାରେ ବିକ୍ଷୋଭକାରୀଙ୍କୁ ପ୍ରଦର୍ଶନ ବନ୍ଦ କରି ଆଲୋଚନାରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ।

Nepal

ଜାତୀୟ ଐତିହ୍ୟ, ବ୍ୟକ୍ତିଗତ ସମ୍ପତ୍ତି ରକ୍ଷା କରିବା, ଏବଂ ସାଧାରଣ ଜନତା ଓ କୂଟନୀତିଜ୍ଞ ମିଶନଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିକ୍ଷୋଭକାରୀ ନେତାଙ୍କ ଆବାସ ଜଳାଇବା ପରେ ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ନେପାଳ ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ବୈଦେଶିକ ମନ୍ତ୍ରୀ ଆରଜୁ ରାଣାଙ୍କୁ ମଧ୍ୟ ପିଟିଛନ୍ତି । ଏହାସହିତ ତାଙ୍କ ସ୍ବାମୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଇଥିବା ବେଳେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି । ନେପାଳରେ ଥିବା ଭାରତୀୟଙ୍କ ପାଇଁ ହେଲପଲାଇନ ଜାରି କରିଛି ନେପାଳ ସ୍ଥିତ ଭାରତୀୟ ଦୂତାବାସ ।+977 - 980 860 2881, +977 - 981 032 6134 ନମ୍ବର ଜାରି ହୋଇଛି । ବ୍ୟାପକ ହିଂସା ଓ ଲଙ୍କାକାଣ୍ଡ ତେଜିବାରୁ କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି ।

ପିଏମ ଓଲିଙ୍କ ଇସ୍ତଫା ପରେ ସେନା ନିୟନ୍ତ୍ରଣରେ ରହିଛି କାଠମାଣ୍ଡୁ, ପୋଖରା, ଓ ଲଳିତପୁର । ଏଯାଏ ନେପାଳ ହିଂସାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଶହରୁ ଅଧିକ ଆହତ ହୋଇଛନ୍ତି । ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଭବନରେ ନିଆଁ ଲଗାଇଛନ୍ତି । ନେପାଳ ସଂସଦ ଭବନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ଏପଟେ ଭାରତ- ନେପାଳ ସୀମାରେ ହାଇଆଲର୍ଟ ଜାରି ରହିଛି । ଦାର୍ଜିଲିଂ ଠାରେ ଏକ ସ୍ବତନ୍ତ୍ର ପୋଲିସ ପୋଷ୍ଟ ନିର୍ମାଣ କରାଯିବା ସହ ସୁରକ୍ଷା କର୍ମୀଙ୍କୁ ଆଲର୍ଟରେ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+