ପୁଣି ନେପାଳରେ ବଡ଼ ଦୁର୍ଘଟଣା, କ୍ରାଶ ହେଲା ହେଲିକପ୍ଟର: ୫ ମୃତ
Nepal Helicopter Crashes: ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଏକ ଯାତ୍ରୀବାହୀ ହେଲିକପ୍ଟର କ୍ରାଶ ହୋଇଛି । ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରାଶ ହେବା ପରେ ହେଲିକେପ୍ଟରଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି । ସୂଚନା ଅନୁସାରେ ଏହା ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଥିଲା ।

ସ୍ଥାନୀୟ ଗଣମାଧ୍ୟମ ଜାରି କରିଥିବା ସୂଚନା ଅନୁସାରେ, ହେଲିକେପ୍ଟରଟି କାଠମାଣ୍ତୁରୁ ରାସୁୱା ଯାଉଥିବା ସମୟରେ ନୂୱାକୋଟ ଜିଲ୍ଲାରେ ଥିବା ସୂର୍ଯ୍ୟ କୌର-୭ ନିକଟରେ ଏହା ଏକ ବଡ଼ ପାହାଡ ସହ ପିଟି ହୋଇଥିଲା । ଏହା ପରେ ହେଲିକେପ୍ଟରଟି ଜଙ୍ଗଲ ଭିତରେ ଖସି ପଡିଥିଲା । ଦୁର୍ଘଟଣା ବିଷୟରେ ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚଥିଲା ହେଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସମ୍ପୁର୍ଣ୍ଣ ହେଲିକେପ୍ଟରଟି ଜଳି ଯାଇଥିଲା ଏବଂ ସେଥିରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications