ପ୍ରତିବାଦକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ନେପାଳ ସରକାର, ସୋସିଆଲ ମିଡିଆ ଉପରୁ ହଟାଇଲେ ପ୍ରତିବନ୍ଧକ

ନେପାଳରେ ସୋସିଆଲ ମିଡ଼ିଆ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ନେପାଳର ଜେନ୍ ଜି ପିଢ଼ି(୧୯୯୬ ରୁ ୨୦୧୦ ମଧ୍ୟରେ ଜନ୍ମିତ ବ୍ୟକ୍ତି)। ଏହି ପ୍ରତିବାଦରେ ୧୯ଜଣଙ୍କ ଜୀବନ ଯିବା ପରେ ଏବେ ସରକାର ୟୁଟର୍ଣ୍ଣ ନେଇଛନ୍ତି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମସ୍ତ ପ୍ରମୁଖ ସୋସିଆଲ ମିଡିଆ ସାଇଟ୍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି। ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ପରେ ସରକାର ପ୍ରତିବନ୍ଧକ ପ୍ରତ୍ୟାହାର କରିନେଇଥିବା ସାମ୍ନାକୁ ଆସିଛି।

Nepal government

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ, ନେପାଳରେ ୱାଇବର, ଟିକଟକ, ଭିଟକ ଏବଂ ନିମ୍ବୁଜ ଭଳି ପ୍ଲାଟଫର୍ମ ପଞ୍ଜିକୃତ ଅଛନ୍ତି । ଅନ୍ୟପଟେ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ପଞ୍ଜିକରଣ କରିନାହାନ୍ତି। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, ଏହି ନିଷେଧ ସାରା ଦେଶରେ ଲାଗୁ ହେବ।

ଏହି ପ୍ରତିବନ୍ଧକ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍, ଟ୍ୱିଟର, ଲିଙ୍କଡିନ୍, ସ୍ନାପଚାଟ୍, ରେଡ୍ଡିଟ୍, ପିଣ୍ଟରେଷ୍ଟ, ସିଗନାଲ, ଥ୍ରେଡ୍ସ, ୱିଚାଟ୍, କ୍ୱାରା, ଟମ୍ବଲର ସମେତ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ ପାଇଁ ଲାଗୁ କରାଯାଇଥିଲା। ଏହା ପରେ ରାସ୍ତାକୁ ଓହ୍ଲାଇଥିଲେ ଜେନ୍-ଜି। ବିରୋଧ ପ୍ରଦର୍ଶନ ତୀବ୍ର ହେବା ସହ ପ୍ରତିବାଦକାରୀ ସଂସଦ ଭବନକୁ ପ୍ରବେଶ କରିଥିଲେ। ପରିସ୍ଥିତିକୁ ଦେଖି ନେପାଳର ଗୃହମନ୍ତ୍ରୀ ରମେଶ ଲେଖକ ତାଙ୍କ ପଦରୁ ଇସ୍ତଫା ଦେଇ କହିଥିଲେ ଯେ, ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ସେ ନୈତିକ ଦାୟିତ୍ୱ ଅନୁଭବ କରୁଛନ୍ତି ଏବଂ ସେଥିପାଇଁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+