Nepal floods: ସବୁକିଛି ଛାରକାର,୧୯୨ରେ ପହଁଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଲଗାତାର ବର୍ଷାରେ ବେହାଲ ହୋଇପଡିଛି ନେପାଳ । ଗତ ୨୪ ଘଣ୍ଟାରେ ଦେଶର ଅନେକ ସ୍ଥାନରେ ଲଗାତାର ବର୍ଷା କାରଣରୁ ବନ୍ୟା ଏବଂ ଭୁସ୍ଖଳନ ପରିସ୍ଥିତି ଉପୁଜିଛି । ଫଳରେ ଧନଜୀବନ ବ୍ୟାପକ ରୁପରେ ପ୍ରଭାବିତ ହୋଇଛି । ଲଗାତର ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ନିଖୋଜ ଅଛନ୍ତି ।

ସେଠାକାର ଗୃହ ମନ୍ତ୍ରଣାଳୟ ମୁଖପାତ୍ର ରୁଷିରାମ ତିୱାରି କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିଭିନ୍ନ ଘଟଣାରେ ୯୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪ହଜାର ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ପ୍ରଭାବିତମାନଙ୍କୁ ମାଗଣା ସହାୟତା ଯୋଗାଇ ଦିଆଯାଉଛି ।

ଗତ ଶୁକ୍ରବାରଠାରୁ ନେପାଳରେ ଲାଗି ରହିଛି ବର୍ଷା । ଅନେକ ସହରାଞ୍ଚଳ ଜଳମଗ୍ନ ହୋଇଛି। ରାଜଧାନୀ କାଠମାଣ୍ଡୁରେ ୨୨୬ ଘର ବନ୍ୟାଘେରରେ ରହିଛି। ପ୍ରଭାବିତ ଅଞ୍ଚଳରେ ନେପାଳ ପୋଲିସ ପକ୍ଷରୁ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଦଶହଜାର ଲୋକ ନିଖୋଜ ଥିବାବେଳେ କାଠମାଣ୍ଡୁ ଉପତ୍ୟକାରେ ୧୬ ଜଣ ନିଖୋଜ ଥିବା ନେଇ ସୂଚନା ଦେଇଛି ଗୃହ ମନ୍ତ୍ରଣାଳୟ ।

Nepal floods

ତେବେ ତିନି ହଜାରରୁ ଅଧିକ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେହିପରି ଦେଶର ୬୩ ଟି ସ୍ଥାନର ଜାତୀୟ ରାଜପଥ ବନ୍ଦ ରହିଛି । ବର୍ଷା ଯୋଗୁ ନେପାଳ ଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ନିମନ୍ତେ ଛୁଟି ଘୋଷଣା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+