ଶେଖ ହାସିନାଙ୍କ ପାର୍ଟିର ନେତାଙ୍କ ଜୀବନ ବିପଦରେ, ୪୦୦ କର୍ମୀଙ୍କୁ ହୋଇସାରିଲାଣି ହତ୍ୟା

ଢାକା: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଲୋକଙ୍କୁ ଜବରଦସ୍ତ ନିଖୋଜ କରାଇଥିବା ଅଭିଯୋଗ କରିଛନ୍ତି। ଅନୁସନ୍ଧାନ କମିସନ ମହମ୍ମଦ ୟୁନୁସ ସରକାରଙ୍କ ନିକଟରେ ଏସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିଛନ୍ତି। କୁହାଯାଉଛି ଯେ, ୩୫୦୦ରୁ ଅଧିକ ଲୋକଙ୍କ ବାଧ୍ୟତାମୂଳକ ନିଖୋଜ ଘଟଣାରେ ଶେଖ ହସିନା ସମ୍ପୃକ୍ତ ଅଛନ୍ତି।

ହସିନାଙ୍କ ସହିତ ତାଙ୍କ ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ ଅହମ୍ମଦ ସିଦ୍ଦିକି, ଟେଲି ଯୋଗାଯୋଗର ପୂର୍ବତନ ନିର୍ଦ୍ଦେଶକ ଜିଆଉଲ ଅହସାନ ଏବଂ ବହୁ ପୁଲିସ କର୍ମଚାରୀ ମଧ୍ୟ ଏଥିରେ ସାମିଲ ହୋଇଥିବା କୁହାଯାଉଛି। ଏହି ରିପୋର୍ଟରେ ରାପିଡ୍ ଆକ୍ସନ୍ ବାଟାଲିୟନ (ଆରଏବି) ଭଙ୍ଗ କରିବାକୁ ମଧ୍ୟ ସୁପାରିଶ କରାଯାଇଛି। କାରଣ ଏହି ମାମଲାରେ ଆରଏବିର ଭୂମିକା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟରେ କୁହାଯାଇଛି ଯେ, ହସିନା ଏହି ବାଟାଲିୟନ ସହାୟତାରେ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ଅବସରପ୍ରାପ୍ତ ଜଷ୍ଟିସ ମେନୁଲ ଇସଲାମ ଚୌଧୁରୀଙ୍କ ନେତୃତ୍ୱରେ ଏହି କମିସନ ଗଠନ କରାଯାଇଛି। ଏଥିରେ ପାଞ୍ଚଜଣ ସଦସ୍ୟ ଅଛନ୍ତି।

ଏହି ରିପୋର୍ଟରେ କୁହାଯାଇଛି ଯେ ଲୋକଙ୍କୁ ବାଧ୍ୟତାମୂଳକ ନିଖୋଜ ହେବା ନେଇ ଆୟୋଗ ୧୬୭୬ଟି ଅଭିଯୋଗ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୫୮ ଟି ମାମଲା ରୁଜୁ ହୋଇଛି। ବାଂଲାଦେଶରେ ବାଧ୍ୟତାମୂଳକ ନିଖୋଜ ସଂଖ୍ୟା ୩୫୦୦ଅତିକ୍ରମ କରିବ ବୋଲି ଆୟୋଗ ଆକଳନ କରିଛି।

ଅନ୍ୟପଟେଶେଖ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବା ପରଠୁ ଏପର୍ଯ୍ୟନ୍ତ ତାଙ୍କ ଦଳର ୪୦୦ କର୍ମୀଙ୍କ ଯାଇ ସାରିଲାଣି ଜୀବନ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ନିଜ ଦେଶ ଛାଡି ଭାରତରେ କରିଛନ୍ତି ଆତ୍ମଗୋପନ। ହେ‌ଲେ ବିପଦରେ ପଡିଛି ବାଂଲାଦେଶରେ ଥିବା ତାଙ୍କ ଆବାମୀ ଲିଗ୍ ପାର୍ଟିର ଶହ ଶହ ନେତା ଓ କର୍ମୀଙ୍କ ଜୀବନ।

Sheikh HASINA

ତାଙ୍କ ଉପରେ ଲଗାତାର ଜାରି ରହିଛି ଆକ୍ରମଣ। ଏହା ଭିତରେ ଜଣାପଡିଛି ଯେ, ୫ ଅଗଷ୍ଟରୁ ଏପର୍ଯ୍ୟନ୍ତ ୪୦୦ ନେତା ଓ କର୍ମୀଙ୍କ ଜୀବନ ଯାଇସାରିଲାଣି। ଏସବୁ ବାଂଲାଦେଶରେ କଟ୍ଟରପନ୍ଥୀ ନେତୃତ୍ବାଧୀନ ଅନ୍ତରୀଣ ସରକାରଙ୍କ ସମୟରେ ହୋଇଛି। ଆଗାମୀ ଲିଗ୍‌ର ସଦସ୍ୟଙ୍କ କହିବା ଅନୁସାରେ ଏସବୁ ହତ୍ୟା ଜମାତ୍-ଇ-ଇସ୍ଲାମୀର ଲୋକ କରିଛନ୍ତି। ଏହା ହେଉଛି ଷ୍ଟୁଡେଣ୍ଟ ଓ୍ବିଙ୍ଗ ଛାତ୍ର ଶିବିର। ଯିଏକି ଏହି ସବୁ ହତ୍ୟା ଘଟଣାରେ ସମ୍ପୃକ୍ତ ରହିଛି। ଶେଖ୍ ହାସିନାଙ୍କ ପାର୍ଟି ନିକଟରେ ଏକ ଲିଷ୍ଟ ଜାରି କରିଛି।

ଏଥିରେ ୩୯୪ ଲୋକଙ୍କ ଜୀବନ ରହିଛି। ଆଗାମୀ ଲିଗ୍ କହିଛି ଏହି ଲୋକଙ୍କୁ ଜୁଲାଇରୁ ଏପର୍ଯ୍ୟନ୍ତ ହତ୍ୟା କରାଯାଇଛି। ପାର୍ଟି ନେତାଙ୍କ କହିବା ଅନୁସାରେ, ଏହା ପ୍ରାରମ୍ଭିକ ଲିଷ୍ଟ। ଏହାପରେ ଆଉ ଏକ ଲିଷ୍ଟ ପ୍ରକାଶ ପାଇବ। ଯେଉଁଥିରେ ଏହା ସଂଖ୍ୟା ବଢିପାରେ। ନିକଟରେ ଆବାମୀ ଲିଗ୍‌ର ଏକ କାର୍ଯ୍ୟକ୍ରମକୁ ଅନଲାଇନ୍‌ ଯୋଗେ ସମ୍ବୋଧିତ କରିଥିଲେ ହାସିନା।

ଏହାପରେ ଆୟୋଜନ ଆମେରିକାରେ ହୋଇଥିଲା। ହାସିନା କହିଥିଲେ, ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ ହିନ୍ଦୁ ଓ ସଂଖ୍ୟାଲଘୁଙ୍କୁ ହତ୍ୟା କରୁଛନ୍ତି। ୟୁନୁସ ହିଁ ଏହାର ମାଷ୍ଟର ମାଇଣ୍ଡ। ନିକଟରେ ଭାରତର ସଂସଦରେ ମଧ୍ୟ ବାଂଲାଦେଶରେ ହିନ୍ଦୁଙ୍କ ସ୍ଥିତି ନେଇ ଚିନ୍ତା ପ୍ରକାଶ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+