ଲାହୋରରୁ ଜିତିଲେ ନବାଜ ଶରିଫ, ୬ଘଣ୍ଟା ମଧ୍ୟରେ ବଦଳି ଗଲା ଇମ୍ରାନ ଖାନଙ୍କ ଭାଗ୍ୟ
Pakistan Election: ପାକିସ୍ତାନ ସାଧାରଣ ନିର୍ବାଚନର ଚାଲିଛି ଭୋଟ୍ ଗଣନା । ବର୍ତ୍ତମାନ ପର୍ଯ୍ୟନ୍ତର ଟ୍ରେଣ୍ତ ଅନୁସାରେ ଇମ୍ରାନଙ୍କ ଦଳ ପିଟିଆଇ ଆଗରେ ରହିଛି । ନୱାଜ ସରିଫ, ବିଲାୱାଲ ଭୁଟ୍ଟୋ, ପାକିସ୍ତାନ ସେନା ଏବଂ ନିର୍ବାଚନ ଆୟୋଗ ମିଳିତ ଭାବେ ଫଳାଫଳ ଘୋଷଣା କରିଛନ୍ତି।
ଆଜି ସକାଳ ସୁଧା ପ୍ରକାଶ ପାଇଥିବା ଫଳାଫଳ ଅନୁସାରେ, ମନସେହରା ଆସନରୁ ହାରିଥିବା ନୱାଜ ସରିଫ ବର୍ତ୍ତମାନ ବିଜୟ ଲାଭ କରିଛନ୍ତି । ମନସେହରା ଆସନରୁ ଇମ୍ରାନ ସମର୍ଥିତ ପ୍ରାର୍ଥୀ ଶାହାବାଜ ଗୁସ୍ତାପ ଖାନଙ୍କୁ ପ୍ରାୟ 10 ହଜାର ଭୋଟ ବ୍ୟବଧାନରେ ନୱାଜ ସର୍ଫି ପଛରେ ପକାଇଛନ୍ତି ।
🚨 After hours of Propaganda by PTI SMT, Nawaz Sharif has officially won in Mansehra like I said ground reality is different don't believe everything you see on SM. pic.twitter.com/U1dy2diDEp
— N (@SaadonaBreak1) February 9, 2024
ସକାଳେ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ଅନୁସାରେ, ନୱାଜ ସରିଫ ମନସେହରା ଆସନରୁ 63,054 ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ମାତ୍ର 74,713 ଭୋଟ ପାଇଛନ୍ତି । ଏଭଳି ପରିସ୍ଥିତିରେ ନୱାଜ ସରିଫ ପ୍ରାୟ 10 ହଜାର ଭୋଟରେ ତାଙ୍କୁ ପରାସ୍ତ ହୋଇଥିଲେ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଦୁଇଟି ସ୍ଥାନରୁ ନିର୍ବାଚନ ଲଢିଥିଲେ । ପ୍ରଥମେ ସେ ଉଭୟ ସ୍ଥାନରୁ ନିର୍ବାଚନ ହାରି ଯାଉଥିଲେ କିନ୍ତୁ କିଛି ଘଣ୍ଟା ପୂର୍ବରୁ ପ୍ରକାଶ ପାଇଥିବା ଖବର ଅନୁସାରେ ଉଭୟ ସ୍ଥାନରୁ ତାଙ୍କର ବିଜୟ ହୋଇଛି । ସେପଟେ ଏଥର ପ୍ରଧାନମନ୍ତ୍ରୀ ଦାବିଦାର କୁହାଯାଉଥିବା ନୱାଜ ଶରିଫ ଲାହୋର ଆସନରୁ ଜିତିଛନ୍ତି। ସେ ୫୫ ହଜାର ଭୋଟ ସହ ଲାହୋରରୁ ବିଜୟୀ ହୋଇଥିବା ନେଇ ପାକିସ୍ତାନ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।
ପାକିସ୍ତାନ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ନୱାଜ ଶରିଫ ଲାହୋର ଆସନ ଜିତିଥିଲେ ମଧ୍ୟ ତାଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ ଇମ୍ରାନ ଖାନଙ୍କ ସ୍ୱାଧୀନ ଦଳଠୁ ପଛରେ ରହିଛି।












Click it and Unblock the Notifications