Get Updates
Get notified of breaking news, exclusive insights, and must-see stories!

୪ ବର୍ଷ ପରେ ପାକିସ୍ତାନ ଫେରିବେ ନୱାଜ୍ ସରିଫ

Nawaz Sharif Returned Pakista: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କର ଦୀର୍ଘ ୪ ବର୍ଷ ପରେ ଘର ବାହୁଡା ହୋଇଛି । ଗତ ଚାରି ବର୍ଷ ଧରି ସେ ଲଣ୍ଡନରେ ରହୁଥିଲେ । ବର୍ତ୍ତମାନ ନିର୍ବାଚନର ଠିକ୍ ପୂର୍ବରୁ ସେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯାହା ପରେ ପାକିସ୍ତାନ ରାଜନୈତୀକ ମାହୋଲ ଚଳଚଞ୍ଚଳ ହୋଇ ପଡିଛି । ତେବେ ସେ ପୁଣି ରାଜନୀତିକୁ ଫେରି ପାରନ୍ତି ବୋଲି ଅନୁମାନ କରାଯାଉଛି । ଏଥି ସହ ନୱାଜ ସରିଫ ଶନିବାର ଦୁବାଇରେ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ବିରୋଧରେ ଆଇନଗତ ଷଡଯନ୍ତ୍ର ପାକିସ୍ତାନକୁ କ୍ଷତି ପହଞ୍ଚାଇଛି।

Nawaz Sharif

ଦୁବାଇ ବିମାନବନ୍ଦରରେ ଗଣମାଧ୍ୟମକୁ ସମ୍ବୋଧିତ କରି ନୱାଜ ସରିଫ ତାଙ୍କ ଦଳକୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସହିତ ତୁଳନା କରିଥିଲେ ଏବଂ 1998 ରେ ତାଙ୍କ ସରକାର ସଫଳ ପରମାଣୁ ପରୀକ୍ଷଣ କରିଥିବା ଦିନ ବିଷୟରେ କହିଥିଲେ। ସେ କହିଛନ୍ତି, "ଆମେ 9 ମଇ ନୁହେଁ, 28 ମଇ ପଛରେ ରହିଛୁ।"

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫ ପରେ ବିକ୍ଷୋଭ ପ୍ରଦର୍ଶନ ପରେ ସାମରିକ ସ୍ଥାପନ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ସେ ଏହା କହିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ମେ 9 ରେ ପାକିସ୍ତାନରେ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ସୂଚନା ଅନୁସାରେ, ନୱାଜ ସରିଫ ପ୍ରଥମେ ଇସଲାମାବାଦ ଆସିବେ । ସେଠାରେ ୨ ଘଣ୍ଟା ରହିବା ପରେ ଲାହୋର ଯିବେ । ଯେଉଁଥି ପାଇଁ ଲାହୋରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ତେବେ ଦୁଇ ଦିନ ପୂର୍ବରୁ ନୱାଜ ସରିଫଙ୍କ ପାକିସ୍ତାନକୁ ଫେରିବା ପାଇଁ ଇସଲାମବାଦ ହାଇକୋର୍ଟ ରାସ୍ତା ସଫା କରିଦେଇଥିଲେ ଏବଂ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଥିଲେ । ଦୁଇଟି ଦୁର୍ନୀତି ମାମଲାରେ କୋର୍ଟ ତାଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସେହିପରି ଅନ୍ୟ ଏକ ମାମଲାରେ ଜାରି କରାଯାଇଥିବା ୱାରେଣ୍ଟକୁ କୋର୍ଟ ବାତିଲ କରି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+