ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪ ମୃତ
ଦକ୍ଷିଣ କୋରିଆରେ ଏକ ନୌସେନା ବିମାନ ଅଭ୍ୟାସ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ନୌସେନା ଘଟଣା ସଂପର୍କରେ ସୂଚନା ଦେଇଛି ।

ସୂଚନା ମୁତାବକ, ବିମାନଟି ଦକ୍ଷିଣ-ପୂର୍ବ ସହର ପୋହାଙ୍ଗ ସ୍ଥିତ ନୌସେନା ବିମାନ ନିଜ ବେସରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣର କିଛି ସମୟ ମଧ୍ୟରେ ଖସିପଡିଥିଲା । ଫଳରେ ବିମାନରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ସହାୟତା କରିଥିଲା । ଏଥିରେ ୪ ଜଣ ରହିଥିଲେ । ତେବେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।












Click it and Unblock the Notifications