ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଲାଗି ଆଗ୍ରହ ପ୍ରକାଶ କଲେ ମହାକାଶରେ ଅଟକି ରହିଥିବା ସୁନିତା ୱିଲିୟମ୍ସ
ନୂଆଦିଲ୍ଲୀ; ସ୍ପେଶ୍ ସେଣ୍ଟରରେ ପ୍ରେସ୍ କନଫ୍ରେନ୍ସ । ପୃଥିବୀ ଠାରୁ ୪୨୦କି.ମି ଦୂରରେ ସୁନୀତା ଓ୍ବିଲିୟମ୍ସ । ଆସିଲା ଦୁଇ ମହାକାଶଚାରୀଙ୍କ ପ୍ରଥମ ବୟାନ । ସମୟ ଅତିବାହିତ ହେଉଛି, ଦିନି ପରେ ଦିନ ଗଡ଼ିଚାଲିଛି, ହେଲେ ପୃଥିବୀକୁ ଫେରୁନାହାନ୍ତି ସୁନିତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବଚ୍ ଓ୍ବିଲମୋର । ୩ ମାସ ହେଲା ମହାକାଶରେ ଫଶି ରହିଛନ୍ତି ଦୁଇ ମହାକାଶଚାରୀ ।
ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ପରେ 'ନାସା' ଦୁଇ ଆଷ୍ଟ୍ରୋନଟ୍ସଙ୍କ ବିନା ସ୍ପେଶ୍ କ୍ରାଫ୍ଟକୁ ପୃଥିବୀ ପୃଷ୍ଠ ଫେରାଇ ଆଣିଛି । ଆସନ୍ତା ବର୍ଷ ଫେବ୍ରୁଆରୀରେ ଦୁଇ ମହାକାଶଚାରୀ ଫେରିବେ ବୋଲି ସ୍ପଷ୍ଟ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା । ଏହା ପୂର୍ବରୁ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ସ୍ପେଶ୍ ଷ୍ଟେସନରେ ପ୍ରେସ୍ କନଫ୍ରେନ୍ସ କରିଛନ୍ତି ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶରେ ଅଟକି ରହିଥିବା ଦୁଇ ଆମେରିକୀୟ ମହାକାଶଯାତ୍ରୀ ସୁନିତା ୱିଲିୟମ୍ଭ ଏବଂ ବୁଚ୍ ବିଲ୍ମୋର୍ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମତଦାନ ଲାଗି ଇଚ୍ଛା ପ୍ରକାଶ କରିଛନ୍ତି । ଚଳିତବର୍ଷ ନଭେମ୍ବର ମାସରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ପୃଥବୀ ପୃଷ୍ଠରୁ ଅଢ଼େଇଶହ ମାଇଲ୍ ଉପରେ ମହାକାଶ କେନ୍ଦ୍ରରୁ ଗତକାଲି ପ୍ରତ୍ୟକ୍ଷ ସମ୍ବାଦଦାତା ସମ୍ମିଳନୀରେ ସୁନୀତା ୱିଲିୟମ୍ସ ଏବଂ ବିଲ୍ମୋର ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବାଲାଗି ଅନୁରୋଧ କରିଛନ୍ତି । ସେମାନେ କହିଛନ୍ତି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କ ଯୋଗଦାନ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିବ ।
ଉଭୟ ମହାକାଶଯାତ୍ରୀ ଚଳିତବର୍ଷ ଜୁନ୍ ୫ ତାରିଖରେ ଷ୍ଟାର୍ ଲାଇନର୍ ସ୍ପେସ୍ ସଟଲ୍ ରେ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ । ତେବେ ୮ ଦିନ ପରେ ଫେରିବାକୁ ଥିବା ଉଭୟ ଯାତ୍ରୀ ଷ୍ଟାର୍ଲାଇନର୍ରେ ବୈଷୟିକ ତ୍ରୁଟି ଯୋଗୁଁ ଆସିପାରି ନଥିଲେ । ଆସନ୍ତାବର୍ଷ ଫେବୃୟାରୀ ମାସରେ ମହାକାଶଯାତ୍ରୀ ଫେରିବେ ବୋଲି କୁହାଯାଇଛି ।












Click it and Unblock the Notifications