ଚନ୍ଦ୍ର ପୃଷ୍ଟରେ ପାଣି ଖୋଜିବ ନାସା
ନୂଆଦିଲ୍ଲୀ: ଫେବୃଆରୀ ୨୬ରେ ଫ୍ଲୋରିଡା ମହାକାଶକୁ ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ଏକ ଉପଗ୍ରହ ଉତକ୍ଷେପଣ କରିଛି। ଯାହାଦ୍ୱାରା ଚନ୍ଦ୍ରପୃଷ୍ଠରେ ପାଣି କେଉଁଠି ଅଛି ତାହା ଜାଣିବାକୁ ପ୍ରୟାସ କରାଯିବ। ତେବେ ଏହା ନାସାର ଡିସୱାସର ଆକାରର ଉପଗ୍ରହ ଅଟେ ବୋଲି ଜଣାପଡିଛି।

ଏବି ସାଟେଲାଇଟ୍ର ନାମ ଲୁନାର ଟ୍ରେଲ୍ବ୍ଲେଜର ଅର୍ବିଟର। ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ କରିବ। ଚନ୍ଦ୍ରପୃଷ୍ଠ ସବୁବେଳେ ଶୁଷ୍କ ବୋଲି ଧାରଣା ରହିଛି। ହେଲେ ନିକଟ ଅତିତରେ ଅନେକ ଗବେଷଣାରେ ଚନ୍ଦ୍ରମାରେ ପାଣି ଥିବା ଅନୁମାନ କରାଯାଉଛି। ଆଗାମୀ ଦିନର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି। ଆଉ ଏଥିପାଇଁ ଚନ୍ଦ୍ରରେ ପାଣି ଖୋଜିବା ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ମିଶନ୍। ଯଦି ଜହ୍ନରେ ପାଣି ମିଳିଯାଏ, ତାହାଲେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା ହେବ।
ଜହ୍ନରେ ପାଣି ଖୋଜିବ 'ନାସା'












Click it and Unblock the Notifications