ବନ୍ଦ ହେଲା ନାସା,ସରକାରୀ ପାଣ୍ଠିର ଅଭାବ ଯୋଗୁ .....
ବନ୍ଦ ହେଲା ନାସା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି । NASAଏହାର ସୂଚନା ୱେବସାଇଟରେ ଦେଇଛି ।ଏହାର ୱେବସାଇଟରେ କୁହାଯାଇଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିଛି । ସରକାରୀ ପାଣ୍ଠିର ଅଭାବ ଯୋଗୁ ଏହାକୁ ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ ଘୋଷଣା ପରେ ନାସାରେ କାମ କରୁଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକମାନଙ୍କର ଚିନ୍ତାକୁ ବଢାଇ ଦେଇଛି । ଆମେରିକାରେ ନାସା ସମେତ ସରକାରୀ ସଂସ୍ଥାଗୁଡ଼ିକରେ ହଜାର ହଜାର ଫେଡେରାଲ କର୍ମଚାରୀ ଛୁଟିରେ ରହିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନାନୁଯାୟୀ, ଟ୍ରମ୍ପ ପ୍ରଶାସନ ବନ୍ଦ ହେବା ପୂର୍ବରୁ ଆମେରିକୀୟ ମହାକାଶ ସଂସ୍ଥା ବନ୍ଦ ହୋଇଛି । ଯାହା ପ୍ରାୟ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ NASA କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ମିଶନ ଉପରେ ବ୍ୟାପକ ପ୍ରଭାବ ପକାଇପାରେ। ଚନ୍ଦ୍ର ଅନୁସନ୍ଧାନ ଏବଂ ମଙ୍ଗଳ ମିଶନର ଲକ୍ଷ୍ୟକୁ ବଜାୟ ରଖିବା କଷ୍ଟକର ହୋଇପଡିବ ।
ଅନ୍ୟପଟେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କେବଳ ଆବଶ୍ୟକୀୟ କର୍ମଚାରୀମାନେ କାମ ଜାରି ରଖିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର - ISS ସହ ଜଡ଼ିତ କାର୍ଯ୍ୟ ବିଭିନ୍ନ ଉପଗ୍ରହ ପରିଚାଳନା ଓ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆମେରିକା ସରକାର ସଟଡାଉନ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ତେବେ ନାସା ଦ୍ବାରା ବନ୍ଦ ଘୋଷଣା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୬ ବର୍ଷ ତଳେ ୨୦୧୮-୧୯ରେ ମଧ୍ୟ ନାସା ବନ୍ଦ ଘୋଷଣା କରିଥିଲା । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଅଧାରୁ ଅଟକାଇ ଦେଇଥିଲା । ଯାହାଫଳରେ ଏଥିରେ କାର୍ଯ୍ୟରତ ଥିବା ଇଞ୍ଜିନିୟର୍ ଓ ବୈଜ୍ଞାନିକଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି ହୋଇଥିଲା ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications